24.1 C
Bhubaneswar
Thursday, January 16, 2025
Homeଓଡିଶାଘରେ ଶୋଇଥିଲେ ଶାଶୁ-ବୋହୂ; ଚଢିଗଲା ହାଇଓ୍ବା

ଘରେ ଶୋଇଥିଲେ ଶାଶୁ-ବୋହୂ; ଚଢିଗଲା ହାଇଓ୍ବା

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୁ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଏକ ଚିପ୍ସ ବୋଝେଇ ହାଇୱା ତାଳଚୁଆକୁ ଯାଉଥିଲା।

ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇଥିଲା। ପରେ ତାହା ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୁ କଳ୍ପନା ଗିରି (୬୦ ) ଓ ବୋହୂ ମନୀଷା ଦାସ (୨୨) ଘରେ ଶୋଇଥିଲେ। ହାଇଓ୍ବାଟି ଉଭୟଙ୍କ ଉପରେ ଚଢିଯାଇଥିଲା। ଏହି ଦୁର୍ଘଟଣା ଘଟିବା ଫଳରେ ଉଭୟ ଶାଶୁ ଓ ବୋହୂ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ କେନ୍ଦ୍ରାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ବାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking