34.1 C
Bhubaneswar
Friday, March 29, 2024
Homeଓଡିଶାପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟି ର ବାର୍ଷିକୋତ୍ସବ

ପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟି ର ବାର୍ଷିକୋତ୍ସବ

ବଲାଙ୍ଗିର : ଛାତ୍ରକୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନଙ୍କ ସହିତ ଅଭିଭାବକମାନେ ହିଁ ବିଶେଷ ଯତ୍ନବାନ ହେବା ଦରକାର । କେବଳ ପାଠ୍ୟପୁସ୍ତକରେ ଶିକ୍ଷା ଗ୍ରହଣ ହେଉ କି ଶିକ୍ଷାଦାନ ହେଉ ସୀମିତ ନ ରହି ବାହ୍ୟ ଜ୍ଞାନ, ନିତି ଶିକ୍ଷା ଦ୍ୱାରା ଛାତ୍ରମାନଙ୍କ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରି ଶିକ୍ଷାଦାନ କଲେ ଛାତ୍ରମାନେ ବିଶେଷ ଉପକୃତ ହେବେ । ତେଣୁ ଶିକ୍ଷକମାନେ ପାଠ୍ୟପୁସ୍ତକ ସହ ଛାତ୍ର ଛାତ୍ରୀମାନଙ୍କର ରୁଚି ଓ ମନ ଜାଣି ପାଠ ପଢେଇ ପାରିଲେ ସେହି ପାଠ ଛାତ୍ରମାନଙ୍କ ଭବିଷ୍ୟତ ଗଠନ ପାଇଁ ନିଶ୍ଚୟ ସହାୟକ ହେବ ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ପଞ୍ଚାୟତ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବଲାଙ୍ଗିର ବିଧାକ ନରସିଂହ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଦ୍ୱାରା ହିଁ ଆମେ ସମାଜର ସମସ୍ତ ପ୍ରକାର ସମସ୍ୟାକୁ ଦୂର କରିପାରିବା । ଉତ୍ତମ ଶିକ୍ଷା ଗୋଟିଏ ଛାତ୍ରର ଭବିଷ୍ୟତ ନିର୍ମାଣ କରିବା ସହ ସାମଗ୍ରିକ ଭାବେ ସମାଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିଥାଏ । ଆହୁରି ମଧ୍ୟ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇ ସେ କହିଛନ୍ତି ଆର୍ଥିକ ଅନାଟନ କେବେ ମଧ୍ୟ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ହୁଏ ନାହିଁ । ତେଣୁ ଛାତ୍ର ଛାତ୍ରୀମାନେ ଠିକ୍ ହିସାବରେ ପାଠ ପଢନ୍ତୁ ଏବଂ ସମାଜ ଗଠନରେ ବ୍ରତି ହୁଅନ୍ତୁ ବୋଲି କହିଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ପିଡି ଡିଆରଡିଏ ମହେଶ୍ୱର ସ୍ୱାଇଁ, ବ୍ଲକ ଶିକ୍ଷାଧିକାରୀ ରୀଚପାଲ ସାଗର ଯୋଗଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବାର୍ଷିକ ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ରାମ ପ୍ରସାଦ ମିଶ୍ର ମଧ୍ୟ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସ୍କୁଲ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାମାନଙ୍କର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସଭାପରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ନାଟକ ପରିବେଷଣ ସହ ଅନ୍ୟାନ୍ୟ ରଂଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସବରେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ରହୁଥିବା ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଶିକ୍ଷାପ୍ରେମୀମାନେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking