26.7 C
Bhubaneswar
Friday, April 19, 2024
Homeଓଡିଶାହାଇକୋର୍ଟ ବେଞ୍ଚ , ଲୋୟର ସୁକତେଲ ଓ ବାଏପାସ ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ହାଇକୋର୍ଟ ବେଞ୍ଚ , ଲୋୟର ସୁକତେଲ ଓ ବାଏପାସ ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ

ବଲାଙ୍ଗିର- ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ର ପୁନଃ ସ୍ଥାପନ , ଦୀର୍ଘ ୧୭ ମାସ ହେଲା ବନ୍ଦ ହୋଇ ପଡି ରହିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଓ ବଲାଙ୍ଗୀରରେ ବାଏପାସ ରାସ୍ତା ନିର୍ମାଣ କାମ ତ୍ୱରାନ୍ୱିତ କରିବା ଦାବିରେ ବଲାଙ୍ଗୀର ଆକ୍ସନ କମିଟି  ତରଫରୁ ବୁଧବାର ଓ ଗୁରୁବାର ବନ୍ଦ ଡାକରା ଦିଆଯାଇଛି । ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ବ୍ୟାଙ୍କ , ବୀମା ଓ ଡାକ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ତେବେ ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗକୁ ଏଥିରୁ ବାଦ ଦିଆଯାଇଛି ।  ପୁର୍ବବତ ଆକ୍ସନ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଦିଆଯାଇଛି । ଆକ୍ସନ କମିଟି ତରଫରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗୀର ର ସମସ୍ତ ସାମାଜିକ , ସାଂସ୍କୃତିକ ଓ ଜାତି ଅନୁଷ୍ଠାନର କର୍ମକର୍ତ୍ତମାନେ ସକ୍ରିୟ ଭାବେ ଧାରଣାରେ ସାମିଲ ହୋଇଛନ୍ତି ।   ହାଇକୋର୍ଟ ବେଞ୍ଚ ପାଇଁ ବଲାଙ୍ଗୀର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ସକରାତ୍ମକ ମନୋଭାବ ରହିଥିବା ବେଳେ ରାଜ୍ୟ ସରକାର ନିର୍ଦ୍ଧାରିତ ପ୍ରକ୍ରିୟାରେ ସୁପାରିଷ କରୁନାହାନ୍ତି । ଫଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇ ପାରୁନାହିଁ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରନ୍ତୁ ବୋଲି ସଭାରେ ବକ୍ତାମାନେ ଦାବି କରିଥିଲେ । ସେହିପରି ବଲାଙ୍ଗୀର ର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ର ୭୦ ପ୍ରତିଶତ ନିର୍ମାଣ କାମ ସରିଥିବା ବେଳେ ୧୭ ମାସ ହେଲା ନିର୍ମାଣ କାମକୁ ବନ୍ଦ କରି ଦିଆଯାଇଛି । ତେଣୁ ତୁରନ୍ତ ନିର୍ମାଣ କାମ ପୁନଃ ଆରମ୍ଭ କରିବା ଓ ବଲାଙ୍ଗୀର ବାଏପାସ ରାସ୍ତା ନିର୍ମାଣ କାମ ତ୍ୱରାନ୍ୱିତ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ ।  ଦାବି ହାସଲ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଆକ୍ସନ କମିଟି ତରଫରୁ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ , ଏହି ଦାବି ନେଇ ପ୍ରତି ମାସ ତୃତୀୟ ବୁଧବାର ଓ ଗୁରୁବାର ଆକ୍ସନ କମିଟି ତରଫରୁ ବନ୍ଦ ଡାକରା ଦିଆଯାଉଛି । ଆସନ୍ତା କାଲି ଗୁରୁବାର ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆକ୍ସନ କମିଟି ତରଫରୁ ସୂଚନା ଦିଆଯାଇଛି । ଏହି ଧାରଣା କାର୍ଯ୍ୟକ୍ରମରେ ଆକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ , ପ୍ରତାପ ରଥ ,ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ଗୋପ ଭୁଷଣ ନାଥ, ବାର ଏସୋସିଏସନର ସଭାପତି ପ୍ରମୋଦ ତ୍ରିପାଠୀ , ସିଭିଲ ସୋସାଇଟିର ନିଳମଣୀ ମିଶ୍ର , ପଙ୍କଜିନୀ ପଣ୍ଡା , ଗିରିଷ ସିଂଦେଓ , ବିଷ୍ଣୁ ପ୍ରସାଦ କେଡିଆ , ମନୋରଞ୍ଜନ ସାହୁ , ଭବାନୀ ଶତପଥି ,ବୁଲୁ ଦାନୀ , ସଞ୍ଜୟ ମିଶ୍ର ,ଗିରିଶ ସିଂଦେଓ, ଦିନେଶ ନାଗ, ବିପିନ କୋଶଲିଆ, ବିନୋଦ କାଲସାଏ , ରିଲୁ ରଥ , ସନ୍ତୋଷ ପଟ୍ଟନାୟକ ଓ ଅନ୍ୟାନ୍ୟ ସଙ୍ଗଠନର କର୍ମକର୍ତ୍ତମାନେ ସାମିଲ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking