34.1 C
Bhubaneswar
Thursday, April 25, 2024
Homeଓଡିଶାହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ୫ ତାରିଖ ବଲାଙ୍ଗିର ବନ୍ଦକୁ ନଗର କଂଗ୍ରେସର ସକ୍ରିୟ...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ୫ ତାରିଖ ବଲାଙ୍ଗିର ବନ୍ଦକୁ ନଗର କଂଗ୍ରେସର ସକ୍ରିୟ ସମର୍ଥନ

ବଲାଙ୍ଗିର, – ଜାତୀୟ ଆଇନଜିବି ପରିଷଦ ତଥା ରାଜ୍ୟ ଆଇନଜିବି ପରିଷଦର ପଶ୍ଚିମ ଓଡିଶା ପ୍ରତି କରୁଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ବଲାଙ୍ଗିର ଏକ୍ସନ କମିଟିର ଡାକରାରେ ହେଉଥିବା ଆସନ୍ତା ୫ ତାରିଖର ବଲାଙ୍ଗିର ବନ୍ଦକୁ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ସମ୍ପୁର୍ଣ୍ଣ ସମର୍ଥନ ଦିଆଯିବା ନେଇ ଆଜି ନଗର କଂଗ୍ରେସ କେ ପ୍ରେସ ବିବୃତି ମାଧ୍ୟମ ରେ ଜଣାଇଛି । ସେହିପରି ଆଜି ସ୍ଥାନୀୟ ସିଭିଲକୋର୍ଟରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗଦେଇ ଆସନ୍ତା ୫ ତାରିଖର ବନ୍ଦରେ ନଗର କଂଗ୍ରେସର ପ୍ରତ୍ୟେକ ସଭ୍ୟ ଯୋଗ ଦେଇ ଏହି ବଲାଙ୍ଗିର ବନ୍ଦ କାର୍ଯ୍ୟକ୍ରମର ସଫଳତା ଦିଗରେ ସକ୍ରିୟ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ସେ ଆହୁରି ମଧ୍ୟ କହିଥିଲେ ଯଦି ରାଜ୍ୟ ଆଇନଜିବୀ ପରିଷଦ ପଶ୍ଚିମାଂଚଳ ପ୍ରତି ଅସୁୟା ମନୋଭାବ ପୋଷଣ କରିବା ବନ୍ଦ ନ ହୁଏ ତେବେ ଆନ୍ଦୋଳନକୁ ଆଗାମୀ ଦିଗରେ ଆହୁରି ତିବ୍ରତର କରି ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ ବୋଲି କହିଛନ୍ତି ।
https://onakhabar.com/2020/02/01/murderer-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking