27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ସଂକ୍ରମଣର ହଟ୍‌ସ୍ପଟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ମୁତୟନ; ଓଡ଼ିଶାର ୫ଟି ଜିଲ୍ଲା ସାମିଲ୍

କରୋନା ସଂକ୍ରମଣର ହଟ୍‌ସ୍ପଟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ମୁତୟନ; ଓଡ଼ିଶାର ୫ଟି ଜିଲ୍ଲା ସାମିଲ୍

ଭୁବନେଶ୍ବର : କରୋନା ସଂକ୍ରମଣର ହଟ୍‌ସ୍ପଟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍। ଦେଶର ହଟ୍‌ସ୍ପଟରେ ଥିବା ୧୫ ରାଜ୍ୟର ୫୦ଟି ସହର ଓ ଜିଲ୍ଲାରେ ମୁତୟନ ହୋଇଛନ୍ତି ଏହି ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ । ଏହା ମଧ୍ୟରେ ରହିଛି ଓଡ଼ିଶାର ୫ଟି ଜିଲ୍ଲା। କରୋନା ପ୍ରଭାବିତ କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ବଲାଙ୍ଗିର ଜିଲ୍ଲା ପାଇଁ କେନ୍ଦ୍ରୀୟ ଟିମ୍ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ, ଏହି ଟିମ୍‌ରେ ୩ ଜଣ ଲେଖାଏ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ହୋଇଥିବା ବେଳେ ଅନ୍ୟ ଜଣେ ଯୁଗ୍ମ ସଚିବ ପାହ୍ୟାର ନୋଡାଲ ଅଫିସର ରହିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିୟମିତ ଭାବେ ଏହି କେନ୍ଦ୍ରୀୟ ଟିମ୍ ସଂପର୍କରେ ରହିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ମିଳିତ ଭାବେ ସଂକ୍ରମଣ ଉପରେ ଅନୁଧ୍ୟାନ କରିବା ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ।
https://onakhabar.com/2020/06/10/arrested-4-rpf-police/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking