27.1 C
Bhubaneswar
Friday, March 29, 2024
HomeUncategorizedରଥ ଅଗ୍ରଗତି ଜଣାଅ: ହାଇକୋର୍ଟ

ରଥ ଅଗ୍ରଗତି ଜଣାଅ: ହାଇକୋର୍ଟ

ଭୁବନେଶ୍ୱର: ଆଜି ହାଇକୋର୍ଟରେ ପୁରୀ ରଥଯାତ୍ରା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ଏହି ଶୁଣାଣିରେ ହାଇକୋର୍ଟ ରଥଯାତ୍ରା ନିର୍ମାଣ ନେଇ ଶୁଣାଣି କରିଛନ୍ତି । ଆଗକୁ ଘୋଷଯାତ୍ରା ଥିବାରୁ ଏବେ ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ଠାକୁରଙ୍କ ରଥ ନିର୍ମାଣ ସଂପର୍କରେ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ଧାର୍ଯ୍ୟ ହୋଇଛି । ତେବେ ପୂର୍ବରୁ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତମାନ ଚାରିଆଡେ କରୋନା କହଁର ଜାରି ରହିଛି ଲୋକଙ୍କ ଜୀବନ ଯାତ୍ରାକୁ ଢେର ମାତ୍ର ରେ ପ୍ରଭାବିତ କରିଛି । ଏହି ମହାମାରୀ ଖାଲି ସାଧାରଣ ଜନତା ନୁହନ୍ତି ବରଂ ଭଗବାନ ବି କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛନ୍ତି  ।
https://onakhabar.com/2020/06/02/kidnapping-a-woman-near-sahid-nagar-area-bbsr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking