27.1 C
Bhubaneswar
Thursday, April 25, 2024
Homeଓଡିଶାନୀଳାଚଳ ଇସ୍ପାତ କର୍ମଚାରୀଙ୍କ ସମସ୍ତ ବକେୟା ଦରମା ୨ ମାସ ମଧ୍ୟରେ ପ୍ରଦାନ କରିବାକୁ ହାଇକୋର୍ଟର...

ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ସମସ୍ତ ବକେୟା ଦରମା ୨ ମାସ ମଧ୍ୟରେ ପ୍ରଦାନ କରିବାକୁ ହାଇକୋର୍ଟର ନିର୍ଦ୍ଦେଶ 

 ଯାଜପୁର: ନୀଳାଚଳ ବଞ୍ଚାଅ ତରଫରୁ ଦାୟର କରାଯାଇଥିବା ପିଟିସନର ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୀଳାଚଳ କର୍ମଚାରୀଙ୍କ ସମସ୍ତ ବକେୟା ଦରମା ୨ ମାସ ମଧ୍ୟରେ ପ୍ରଦାନ କରିବାକୁ ତା ୨୧/୭/୨୦୨୦ ରିଖରେ ନିର୍ଦ୍ଦେଶ ଦେଇଛନ୍ତି ।ଏହା କୋଭିଡ-୧୯ ଯୋଗୁଁ ଭିଡ଼ିଓ କନଫେରେନ୍ସ ଯୋଗେ ଶୁଣାଣି ହୋଇ ଅନଲାଇନରେ ପ୍ରକାଶ ପାଇଛି । 

ନୀଳାଚଳ କର୍ମଚାରୀ ମାନେ ଗତ ଫ୍ରେବୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫ ମାସ ହେବ ଦରମା ପାଇନାହାନ୍ତି ।କେବଳ ଫ୍ରେବୁଆରୀ ମାସର ଦରମାର(୭୫%) ଶତକଡା ୭୫ ଭାଗ ପାଇଥିବା ବେଳେ ଫ୍ରେବୁଆରୀ ମାସର ଅବଶିଷ୍ଟ ଶତକଡା ୨୫ ଭାଗ ବାକି ଅଛି ।ତା ସହିତ ମାର୍ଚ୍ଚ,ଅପ୍ରେଲ, ମେ,ଜୁନ ଏବଂ ଜୁଲାଇ ସରିବାକୁ ଯାଉଛି ଦରମା ମିଳିନାହିଁ ।କର୍ମଚାରୀମାନେ ଦୁଃଖ କଷ୍ଟରେ ସମୟ ବିତାଉଛନ୍ତି ।ଦରମା ନପାଇ ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଜଣେ ଅନାହାରରେ ମୃତ୍ୟୁବରଣ କରିଛନ୍ତି ବୋଲି ନୀଳାଚଳ ମିଳିତମଞ୍ଚର ଆବାହକ ରଞ୍ଜନ ନାୟକ କେନ୍ଦ୍ର ଓ ରାଜ୍ୟସରକାର ଏବଂ ଉଚ୍ଚତମ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ କୁ ଚିଠି ଦ୍ୱାରା ଜଣାଇଛନ୍ତି ।ପୂର୍ବରୁ ନୀଳାଚଳ ମିଳିତମଞ୍ଚ ତରଫରୁ ମାସ ମାସ ଧରି ଧାରଣା ,ଜିଲ୍ଲା ସ୍ତରରେ, ରାଜ୍ୟସ୍ତରରେ,କେନ୍ଦ୍ରସ୍ତରରେ ଅନେକ ଚିଠି ମାଧ୍ୟମରେ ଅନେକ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ।ସରକାର ନିରବ,ଶ୍ରମବିଭାଗ ନିରବ ଏବଂ ଜିଲ୍ଲା ପ୍ରଶାସନ ନିରବ ।ତେଣୁ ବାଧ୍ୟହୋଇ ନୀଳାଚଳ ବଞ୍ଚାଓ ମିଳିତମଞ୍ଚ ତରଫରୁ ୫ ମାସର ସମସ୍ତ ବକେୟା ଦରମା ପ୍ରଦାନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟଭିକ୍ଷା କରାଯାଇଥିଲା ।ଉକ୍ତ ବିଷୟକୁ ମାନ୍ୟବର ନ୍ୟାୟାଳୟ ବିଚାରକୁ ନେଇ ସମସ୍ତ ବକେୟା ଦରମା ୨ ମାସ ମଧ୍ୟରେ ପ୍ରଦାନ କରିବାକୁ ନୀଳାଚଳ ଭି. ସି.ଏମ.ଡ଼ି ,ଏମ.ଏମ.ଟି.ସି ଚେୟାରମ୍ୟାନ,ଜିଲ୍ଲାପାଳ ଓ ଶ୍ରମବିଭାଗକୁ ନିର୍ଦ୍ଦେଶଦେଇ ସହଯୋଗ କରିବାକୁ ନିର୍ଦ୍ଦେଶନାମରେ ଦର୍ଶାଇଛନ୍ତି ।ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଯଦି ୨ ମାସ ମଧ୍ୟରେ ସମସ୍ତ ବକେୟା ଦରମା ପ୍ରଦାନ କରାନଯାଏ ଆଇନ ଆବମାନନା କେସ ଦ୍ୱାରା ଦଣ୍ଡିତ ହେବେବୋଲି କର୍ମଚାରୀଙ୍କ ତରଫରୁ ଚେତାବନୀ ଦିଆଯାଇଛି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟକୁ ନୀଳାଚଳ ମିଳିତମଞ୍ଚ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଅଛି ।ଆଡ଼ଭୋକେଟ ସୌଭାଗ୍ୟ ଦାସ ମିଳିତମଞ୍ଚ ତରଫରୁ ଅଭିଯୋଗ ଦାଖଲ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking