27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୪୧% ହାଇକୋର୍ଟ ବିଚାରପତି ଆସନ ଖାଲିପଡିଛି

୪୧% ହାଇକୋର୍ଟ ବିଚାରପତି ଆସନ ଖାଲିପଡିଛି

ନୂଆଦିଲ୍ଲୀ:  ଦେଶର ବିଭିନ୍ନ ହାଇକୋର୍ଟରେ ବର୍ତ୍ତମାନ ୪୧ ପ୍ରତିଶତ ବିଚାରପତି ଆସନ ଖାଲିପଡିଛି । ରାଜ୍ୟସଭା ସାଂସଦ ଜନ ବ୍ରିଟାସଙ୍କ ଦ୍ୱାରା ଆଗତ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ସୂଚନା ଦିଆଯାଇଛି ।  ଦେଶର ୨୫ଟି ହାଇକୋର୍ଟରେ ମୋଟ ୧୦୯୮ ଜଣ ବିଚାରପତି ନିଯୁକ୍ତ ହେବା କଥା । ବର୍ତ୍ତମାନ ୬୪୫ ବିଚାରପତି କାର୍ଯ୍ୟରତ ଥିବାବେଳେ ୪୫୩ଟି ଆସନ ଖାଲି ପଡିଥିବା କୁହାଯାଇଛି । ୨୦୨୦ ଜୁଲାଇରୁ ୨୦୨୧ ଜୁଲାଇ (ଏକ ବର୍ଷ) ମଧ୍ୟରେ ବିଭିନ୍ନ ହାଇକୋର୍ଟରେ ୮୦ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ।

ତେବେ ୮୦ ମଧ୍ୟରୁ କେବଳ ୪୫ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ମିଳିଛି ଯାହା ସୁପାରିସ ସଂଖ୍ୟାର ୫୬ ପ୍ରତିଶତ । ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଏହା ଅତ୍ୟନ୍ତ ନିରାଶାଜନକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହାଇକୋର୍ଟଗୁଡିକରେ ଲକ୍ଷାଧିକ ମାମଲା ବିଚାରାଧୀନ ରହିଥିବାବେଳେ ବିଚାରପତିଙ୍କ ଅଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି ବୋଲି ଆଇନ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ଏପରିକି ବ୍ୟସ୍ତବହୁଳ (ମାମଲା ସଂଖ୍ୟା ଦୃଷ୍ଟିରୁ) ଆହ୍ଲାବାଦ ଓ ଦିଲ୍ଲୀ ହାଇକୋର୍ଟ ମାତ୍ର ୫୦ ପ୍ରତିଶତ ବିଚାରପତିଙ୍କୁ ନେଇ କାର୍ଯ୍ୟ କରୁଥିବା ଜଣାପଡିଛି ।

ଆହ୍ଲାବାଦ ହାଇକୋର୍ଟରେ ୧୬୦ ପରିବର୍ତ୍ତେ ୯୪ ଜଣ ବିଚାରପତି କାର୍ଯ୍ୟରତ ଥିବାବେଳେ ଦିଲ୍ଲୀ ହାଇକୋର୍ଟରେ ୬୦ ପରିବର୍ତ୍ତେ ୩୦ ଜଣ ବିଚାରପତି ରହିଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପ୍ରସ୍ତାବିତ ୯୬ ବିଚାରପତିଙ୍କ ସ୍ଥାନରେ କେବଳ ୪୬ ଜଣ କାର୍ଯ୍ୟ କରୁଥିବାବେଳେ ପାଟନା ହାଇକୋର୍ଟରେ ୫୩ ପରିବର୍ତ୍ତେ ୨୦ ଓ ତେଲେଙ୍ଗାନା ହାଇକୋର୍ଟରେ ୪୨ ପରିବର୍ତ୍ତେ ମାତ୍ର ୧୪ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking