ଭୁବନେଶ୍ୱର : ହାଇଟେକ୍ ଟ୍ରାଜେଡି ; ଦୀର୍ଘ ଦିନ ପରେ ପୁଣି ରାଜ୍ୟରେ ଫେରିଛି ଅଣ୍ଡା ମାଡ଼ ଫଣ୍ଡା । ହାଇଟେକ ମେଡିକାଲରେ ବିସ୍ଫୋରଣରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଥିବା ଜଣାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ କରାଯାଇଛି । ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ଆଗରେ ଆନେ୍ଦାଳନ କରିଥିଲେ । ପରେ ବାସଭବନ ଉପରକୁ ଅଣ୍ଡାମାଡ଼ କରିଥିଲେ । ହାଇଟେକ ଟ୍ରାଜେଡି ଘଟଣାରେ ସମ୍ପୃକ୍ତ ହସ୍ପିଟାଲର ଲାଇସେନ୍ସକୁ ରଦ୍ଧ କରାଯିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏଥିସହ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯିବାକୁ ମଧ୍ୟ ଦାବି କରାଯାଇଛି । ତୁରନ୍ତ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାନଗଲେ ଆଗାମୀ ଦିନରେ ନବୀନ ନିବାସ ଘେରାଉ କରାଯିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।