29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅସହାୟ ଅବସ୍ଥାରେ ବିତୁଛି ମା’ ଓ ଝିଅଙ୍କ ଜୀବନ

ଅସହାୟ ଅବସ୍ଥାରେ ବିତୁଛି ମା’ ଓ ଝିଅଙ୍କ ଜୀବନ

କେନ୍ଦ୍ରାପଡ଼ା : ବୃଦ୍ଧା ମା’ ଆଜି ରୋଗ ଶଯ୍ୟାରେ ଦିନ କାଟୁଥିବା ବେଳେ ପୁଅ ବୋହୂ ଘର ଛାଡି ରହୁଛନ୍ତି ବାହାରେ । ଆଉ ମା’ ସେବା ରେ ଦିନରାତି ଏକ କରିଦେଇଛି ଅବିବାହିତ ଝିଅ । ଏହିଭଳି ଏକ ଅଭାବୀ ପରିବାର ଦେଖିବାକୁ ମିଳିଛି ଅଟାଳ ପଞ୍ଚାୟତର ଧନେଶ୍ୱରପୁର ଗ୍ରାମରେ । ସ୍ୱର୍ଗତ ମାଧବାନନ୍ଦ ରାଉତଙ୍କ ୭୦ ବର୍ଷୀୟ ପତ୍ନୀ ଅବଳା ରାଉତ ଓ ଅବିବାହିତ ଝିଅ ମାଳତୀ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଅବଳାଙ୍କ ପୁଅ ବୋହୂ ପିଲାଙ୍କୁ ନେଇ ବାହାରେ ରହୁଛନ୍ତି । ପ୍ରାୟ ୧୦ ବର୍ଷ ପୂର୍ବେ ଅବଳା ହଠାତ୍ ପାରାଲିସିସରେ ଆକ୍ରାନ୍ତ ହେବାରୁ ମାଧବାନନ୍ଦ ତାଙ୍କୁ ଡାକ୍ତରଖାନା ନେଇଥିଲେ । କିଛିଦିନ ଔଷଧ ଖାଇବା ପରେ ମଧ୍ୟ ଅବଳା ସୁସ୍ଥ ହୋଇ ପାରିନଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅବଳାଙ୍କ ଅଧିକ ଚିକିତ୍ସା କରାଯାଇ ପାରିନଥିଲା । ଏହାରି ମଧ୍ୟରେ ମାଧବାନନ୍ଦଙ୍କ ପରଲୋକ ଘଟିଥିଲା । ମାଧବାନନ୍ଦଙ୍କ ପରଲୋକ ପରେ ଅବଳାଙ୍କ ଔଷଧ ଖିଆ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା । ପୁଅ ଘର ପରିବାର ସହିତ ସମ୍ପର୍କ ରଖୁନଥିବାରୁ ଏବେ ମା’ ଓ ଝିଅ ଅତି କଷ୍ଟରେ ଓଳିଏ ଖାଇଲେ ଆର ଓଳି ଓପାଷରେ ରହୁଥିବା ବେଳେ ଔଷଧ ପାଇଁ ଟଙ୍କା ପାଇବେ ବା କେଉଁଠୁ । ପୂର୍ବରୁ ଅବଳା ପାରାଲିସିସରେ ଆକ୍ରାନ୍ତ ହୋଇ ନିଜ ନିତ୍ୟକର୍ମ କରି ପାରୁଥିବା ବେଳେ ପ୍ରାୟ ୨ ମାସ ହେବ ସେ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି । ଝିଅ ମାଳତୀ ମଧ୍ୟ ନିଜ ଭବିଷ୍ୟତକୁ ଭୁଲିଯାଇ ମା’ ସେବାରେ ରାତି ଦିନ ଏକ କରିଦେଇଛି । ଏନେଇ ମାଳତୀ କୋହଭରା କଣ୍ଠରେ କୁହନ୍ତି ଯେ ଦୁଇଜଣଙ୍କ ପାଇଁ ଦୁଇ ଓଳି ଦାନା ଯୋଗାଡ଼ କରିବାକୁ କଷ୍ଟ ହେଉଥିବା ବେଳେ ଔଷଧ କିଣିବାକୁ ଟଙ୍କା ଆଣିବି କେଉଁଠୁ । ଯଦି ରାଜ୍ୟ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତେ ତେବେ ସେ ମା’ର ଚିକିତ୍ସା କରାଇ ପାରନ୍ତେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking