29.4 C
Bhubaneswar
Thursday, April 18, 2024
Homeଓଡିଶାଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧା

ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧା

ଢେଙ୍କାନାଳ : ସରକାରଙ୍କ ପ୍ରଚଳନ ହୋଇଥିବା ଆବାସ ଯୋଜନା ଏବେ ମଧ୍ୟ ଅନେକ ଗରିବ ଅସହାୟ ଲୋକଙ୍କ ନିକଟରେ ସାତ ସପନ ପାଲିଟିଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କଙ୍କହାହାଡ ବ୍ଲକ୍ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗ୍ରାମର କମଳା ନାଏକ । ବୟସ ଆସି ୭୦ ବର୍ଷ ପାର ହେଲାଣି । ଦିର୍ଘ ଦିନ ହେଲା ସ୍ୱାମୀ ଓ ଏକମାତ୍ର ପୁଅର ମୃତ୍ୟୁ ପରେ ଏକାକି ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ସରକାରଙ୍କ ଦ୍ୱାରା ରାସନ ୫ କେଜି ସହିତ ୫୦୦ ଟଙ୍କାକୁ ନେଇ ଚଳିବା କଷ୍ଟକର ହେଉଛି । ବୟସର ଅପରାହ୍ନରେ କାମ କରିବା ଆଉ ସମ୍ଭବ ହେଉନଥିବା ଯୋଗୁଁ ଭଙ୍ଗା ଦଦରା ଘରଟିର ଛପର କରିପାରୁ ନାହାନ୍ତି କମଳା । ତେଣୁ ତାଙ୍କ ପକ୍ଷରେ ଘର ନିର୍ମାଣ କରିବା ପାଇଁ ସମ୍ଭବ ହେଉନାହିଁ । ତେଣୁ ସେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବ୍ଲକ୍ କାର୍ଯ୍ୟାଳୟ ବାରମ୍ବାର ଦୈାଡି ଦୈାଡି ନିରାଶ ହୋଇଛନ୍ତି କମଳା ନାଏକ । ପ୍ରତିଶୃତି ଭିତରେ ରହିଯାଉଛି ତାଙ୍କ ଘର । ଜୀବନର ଶେଷ ସମୟରେ ଏକାକୀ ଅସହାୟ ବିଧବା ନିଜ ଗାଁ କଟୁମୁଣ୍ଡା ଗ୍ରାମ ଠାରୁ କଙ୍କଡାହାଡ ବ୍ଲକ୍ କାର୍ଯ୍ୟାଳୟ ୫୦ କିମି ଦୁର ହୋଇଥିବା ହେତୁ ବାରମ୍ବାର ଯାଇ ବୁଝିବା ସମ୍ଭବ ହେଉ ନାହିଁ । ଶେଷରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ତାଙ୍କୁ ଆବାସ ଯୋଜନାରେ ଘରଟିଏ ପ୍ରଦାନ କରିବାକୁ ସେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking