27.1 C
Bhubaneswar
Friday, March 29, 2024
Homeଓଡିଶାଭଙ୍ଗା ଦଦରା କୁଡିଆରେ ଗରିବ ପରିବାରର,ଦିଗହରା ସରକାଙ୍କ ମୋ ଆବାସ ଯୋଜନା

ଭଙ୍ଗା ଦଦରା କୁଡିଆରେ ଗରିବ ପରିବାରର,ଦିଗହରା ସରକାଙ୍କ ମୋ ଆବାସ ଯୋଜନା

କଳାହାଣ୍ଡି : ସରକାରଙ୍କ ଅନେକ ଯୋଜନା ଗରିବ ନିମନ୍ତେ ଅନେକ ଯୋଜନା ତିଆରି ହେଉଛି ଏବଂ ଏଥିପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। କିନ୍ତୁ ପ୍ରକୃତ ଗରିବ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ ଏସବୁ ଯୋଜନା।ଗରିବଙ୍କ ଠାରୁ ଭୋଟ ହାତେଇବା ପାଇଁ ନିର୍ବାଚନ ସମୟରେ ନେତାଏ ଦେଇଥାଆନ୍ତି ବଡବଡ ମିଥ୍ୟା ପ୍ରତିଶ୍ରୁତି।ପରବର୍ତ୍ତୀ ସମୟରେ ଦେଖା ମିଳେନି ସେମାନଙ୍କର।ସରକାରୀ ଚୟନ ପ୍ରକ୍ରିୟାରେ ବିଶେଷ କରି ତୃଟି ଜନିତ ଚୟନ ଯୋଗୁଁ  ପ୍ରକୃତ ଗରିବ ହିତାଧିକାରୀ ଉକ୍ତ ଯୋଜନାରୁ ବାଦ ପଡୁଛନ୍ତି, ସେହି ଗରିବ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବରେ  ଅଣଦେଖା କରାଯାଉଛି।ଯାହା ଫଳରେ ସେମାନେ ଅବହେଳିତ ଅବସ୍ଥାରେ ଦୁର୍ବିସହ ଜୀବନ ଜୀଇଁବାକୁ ବାଧ୍ୟ ହୋଉଛନ୍ତି, ଗରିବ ଲୋକ ନିଜ ଭାଗ୍ୟକୁ ଆଦରି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏଠାରେ ତାର ଏକ ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପିଣ୍ଡାପଦର୍ ଗାଁରେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥିବା ଏହି ଗାଁର ଏକ ଭଙ୍ଗା ମାଟିଘରେ ରହୁଛନ୍ତି ଗୋଟିଏ ଅସହାୟ ଗରିବ ପରିବାର।ପରିବାରର ମୁଖ୍ୟ ହେଉଛନ୍ତି ୮୩ ବର୍ଷୀୟ ବୃଦ୍ଧ ଚଣ୍ଡାଳ ନାଏକ ନିଜ ଋଗ୍ଣା ସ୍ତ୍ରୀ ୮୨  ବର୍ଷୀୟା ବୃଦ୍ଧା ଲଙ୍କା ଦେଇ  ବିଧବା ଝିଅ ସହିତ ୧୦ ବର୍ଷର ନାତୁଣୀ ଓ ସାନପୁଅ ଏମାନଙ୍କୁ ନେଇ ତାଙ୍କ ପରିବାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ଭଙ୍ଗାଘରେ ବସବାସ କରିଆସୁଛନ୍ତି । ଘର ସଜାଡିବା ପାଇଁ ଦେହରେ ନା ଅଛି ବଳ ନା ବଞ୍ଚିବାର ଉପାୟ। ସରକାରଙ୍କ ଆବାସ ଯୋଜନାରେ ସାମିଲ୍ କରିବା ପାଇଁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ |
 ଏହିଭଳି ଅସହାୟ ଗରିବ ପରିବାରକୁ ମିଳିପାରିନି ଏହି ଯୋଜନାର ଅଧିକାର। ବୟସର ଅପରାହ୍ନରେ ଉପନୀତ ଥିବା ଏହି ବୃଦ୍ଧ ଦାମ୍ଫତ୍ତିଙ୍କୁ ସରକାରୀ ସହାୟତା କହିଲେ ମାସକୁ ବାର୍ଦ୍ଧକ୍ୟ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ଚାଉଳ ଏହାକୁ ନେଇ ବହୁକଷ୍ଟରେ ଚଳେ ତାଙ୍କ ସଂସାର, ଦୟନୀୟ ଜୀବନ ଯାପନ କରୁଥିବା ବେଳେ ରୁଗ୍ଣା ସ୍ତ୍ରୀଙ୍କ ଅଣ୍ଟା ପଡିଗଲାଣି ଏଅବସ୍ଥାରେ ରୋଷେଇ କରି ଖାଇବାକୁ ଦେଉଅଛି ତାଙ୍କର ୧୦ ବର୍ଷୀୟା ନାତୁଣୀ । ଏ ନେଇ ବାରମ୍ବାର ନେତା ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନଙ୍କୁ ଜଣାଇ ଆସୁଥିବା ସେ ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି,ସରକାର ଗରିବ ଲୋକଙ୍କ ପାଇଁ ଯାହାବି ଯୋଜନା ତିଆରି କରିଛନ୍ତି, ତାହା କାହାସ୍ବାର୍ଥରେ,ତେଣୁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଭାବରେ ଏହି ପରିବାରକୁ ହସ୍ତକ୍ଷେପ କରି ମୋ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହେଉଅଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking