27.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାମୁରବି ଶୂନ୍ୟ କରିଛି କରୋନା 

ମୁରବି ଶୂନ୍ୟ କରିଛି କରୋନା 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ବହୁ ପରିବାରକୁ ମୁରବି ଶୂନ୍ୟ କରିପକାଇଛି । ବହୁ ସନ୍ତାନଙ୍କୁ ପିତୃଶୂନ୍ୟ କରିଛି । ପିତାଙ୍କ ପାଇଁ ସନ୍ତାନମାନଙ୍କର ସବୁ ସ୍ୱପ୍ନ ସାକାର ହୋଇଥାଏ । ପିତା ରହିବାମାନେ ପୂରା ଦୁନିଆଟା ପାଖରେ ରହିବ । ଧନୀ ହୋଇଥାନ୍ତୁ ବା ଗରିବ, ତାଙ୍କ ସନ୍ତାନ ଙ୍କ ପାଇଁ ରାଜାଟିଏ ହୋଇ ଥାନ୍ତି ପିତା । କିନ୍ତୁ ଆଜି ଏହାର ପରିଭାଷା ବଦଳି ଯାଇଛି । ମହାମାରି କରୋନା ବହୁ ସନ୍ତାନକୁ ପିତୃ ଶୂନ୍ୟ କରିଦେଇଛି । ସେମାନଙ୍କୁ ବେସାହାରା ସଜେଇଦେଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିତାବେଡ଼ା ସ୍କୁଲର ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇ ପୁଅ ଗୋପାଳ ଓ ବାଦଲ ଅଛନ୍ତି । ଗୋପାଳ ଅଷ୍ଟମ ଶ୍ରେଣୀ ଓ ବାଦଲ ପ୍ରଥମ ଶ୍ରେଣୀରେ ପଢ଼ନ୍ତି । କିନ୍ତୁ କରୋନା ସେମାନଙ୍କଠୁ ବାପାଙ୍କୁ ଛଡ଼ାଇ ନେଇଛି । ଏକମାତ୍ର ରୋଜଗାରିଆ ବାପାଙ୍କ ପରଲୋକ ପରେ ପରିବାରର ଆର୍ôଥକ ମେରୁଦଣ୍ଡ ଦୋହଲିଯାଇଛି । ପରିବାର ମୁରବିଶୂନ୍ୟ ହୋଇପଡିଛି । ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପିବି-୨ ଡିଏନକେ ଗ୍ରାମର ସୋପନ ହାଲଦାର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପରିବାରର ଏକ ମାତ୍ର ରୋଜଗାରିଆ ହେଉଛନ୍ତି ସୋପନ । ତାଙ୍କର ତିନୋଟି ସନ୍ତାନ । ବଡ଼ ଝିଅ ରିମା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଛି । ପୁଅ ଜିତ ଓ ଅନୁପ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଯଥାକ୍ରମେ ୫ମ ଏବଂ ୪ର୍ଥ ଶ୍ରେଣୀରେ ପଢ଼ନ୍ତି । ସରକାରୀ ସାହାଯ୍ୟ କେବଳ ରାସନ୍ ମିଳେ । କୁଲି ଲାଗି ଚଳନ୍ତି । ବର୍ତ୍ତମାନ ଦୁର୍ଦ୍ଦିନ ସମୟରେ ଗାଁର ନିହାର ମଣ୍ଡଳ, ନରେଶ ବୈରାଗୀ, ନିର୍ମଳ ମଜୁମଦାର ମିଶି ଗାଁରୁ କିଛି ଟଙ୍କା ସଂଗ୍ରହ କରି ଚଳିବା ପାଇଁ ଦେଇଛନ୍ତି । ସେହିପରି ବାଟିବେଡ଼ା ଆଶ୍ରମ ସ୍କୁଲର ସହକାରୀ ଶିକ୍ଷକ ଦୀନବନ୍ଧୁ ଜାନି(୫୦) ଓ ତାଙ୍କ ସହଧର୍ମିଣୀ କରୋନାରେ ପୀଡ଼ିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ନିଜର ପିଲାମାନେ ହୋଇଗଲେ ଅନାଥ । ଗୋଟିଏ ପୁଅ ଓ ଦୁଇଟି ଝିଅ ବର୍ତ୍ତମାନ ବେସାହରା । ଏହିଭଳି ଅନେକ ପିଲାଙ୍କୁ ପିତୃଶୂନ୍ୟ ଓ ଅନେକ ପରିବାରକୁ ମୁରବି ଶୂନ୍ୟ କରିଛି କରୋନା । ଚନ୍ଦାହାଣ୍ଡିର ପ୍ରିୟଙ୍କା ଓ ସାଗରିକାଙ୍କ ପାଖରୁ ପିତା ୨ ବର୍ଷ ତଳୁ ଚାଲିଯିବା ପରେ ଏବର୍ଷ ମାଆ ଚାଲିଗଲେ । ବେସାହାରା ହୋଇଗଲେ ଦୁଇ ଭଉଣୀ । ଉଜୁଡ଼ିଯାଇଛି ସେମାନଙ୍କର ଭାଗ୍ୟ ଓ ଭବିଷ୍ୟତ । ଦିନମଜୁରିଆ ଶଙ୍କର ବିଶ୍ୱାସଙ୍କ ମୃତ୍ୟୁ ପରେ ଦୁଇ ପିଲା ବେସାହାରା ହୋଇଛନ୍ତି । ପରିବା ବିକାଳୀ ଦୀପଙ୍କର ରାଏଙ୍କ ଭଳି ଜିଲ୍ଲାରେ ଶତାଧିକ ପରିବାରକୁ କରୋନା ମୁରବିଶୂନ୍ୟ କରିବା ସହ ବହୁ ପିଲାଙ୍କୁ ପିତୃଶୁନ୍ୟ କରିଛି ମହାମାରି କରୋନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking