28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୬୩ତମ ଦିବସରେ କରୋନା ସଚେତନତା ସହ ଅଷ୍ଟମ ଦିବସରେ ପହଁଚିଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର...

୧୬୩ତମ ଦିବସରେ କରୋନା ସଚେତନତା ସହ ଅଷ୍ଟମ ଦିବସରେ ପହଁଚିଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ ବଣ୍ଟନର କାର୍ଯ୍ୟକ୍ରମ

ଯାଜପୁର : ଯେଉଁଠି ଦଇବ ଦାଉ ସାଧେ ସେଠି ଅସହାୟ ମଣିଷ ବା କରିପାରିବ କଣ ? ଗୋଟିଏ ପଟରେ ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ ଆଚ୍ଛାଦିତ କରିଥିବା ବେଳେ ଆରପଟେ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳମାନଙ୍କରେ ବନ୍ୟାର ତାଣ୍ଡବଲୀଳା ଛଡ଼ାଇନେଇଛି ମଣିଷର ଜୀବନ ଜୀବିକା ସବୁକିଛି।ବୋଝ ଉପରେ ପୁଣି ପଡିଛି କୋରଡା ମାଡ଼।ଗୋଟିଏ ପକ୍ଷରେ ସଚେତନତା ଏକ ନିରସ୍ତ୍ର ସୈନିକର ଆୟୁଧ ସାଜି ମହାମାରୀ କରୋନାକୁ ପ୍ରତିହତ କରୁଥିବା ବେଳେ ଅପର ପକ୍ଷରେ ମଣିଷ ବଞ୍ଚିବା ଜାରି ରଖିଛି ତା’ର ପ୍ରକୃତି ସହିତ ସଂଗ୍ରାମ ଟିକକ।ଉଭୟ ସଚେତନତା ଓ ରିଲିଫ ସାମଗ୍ରୀର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୬୩ଦିନ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ଜାରିରଖିଥିବା ବେଳେ ଆଜି ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଦୀର୍ଘ ୮ଦିନ ଧରି ଏହି ସଂଗଠନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳମାନଙ୍କରେ ବଜାୟ ରଖିଛି ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଯାଜପୁର ଜିଲ୍ଲାର ଜାଫରପୁର,କେନ୍ଦୁଆକୂଳ,ନାରୀଗାଁ, ବିରିପଟା ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ସ୍ଵତନ୍ତ୍ର ଭାବେ ରିଲିଫ ବଣ୍ଟନ ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଥିଲ।ଏଥିରେ ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାଧୁ ନିଲୁ ବାବା,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ମାନସ ସେଠ,ବନମାଳୀ ମଲ୍ଲିକଙ୍କ ସମେତ ଜାଫରପୁର ଗ୍ରାମର ସ୍ୱଛାସେବୀ ଯୁବକ ମାନେ ସହଯୋଗ କରିଥିଲେ।ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କର ଅବସ୍ଥାରେ ସୁଧାର ଆସିବା ଯାଏ ଏହି ସ୍ଵତନ୍ତ୍ର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରିରହିବା ସହ ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବୋଲି ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking