କରୋନା ସହାୟତା: ମହିଳା ଙ୍କୁ ସିଲେଇ ମେସିନ ବାଣ୍ଟିଲେ କଳିକେଶ

 
ବଲାଙ୍ଗିର – ବଲାଙ୍ଗିରର ପୁର୍ବତନ ଲୋକସଭା ସାସଂଦ କଳିକେଶ ନାରାୟଣ ସିଂହଦେଓ ଆଜି ବଲାଙ୍ଗିର ର ସହର ଓ ଆଖପାଖ ଅଞ୍ଚଳର ୬୦ ଜଣ ମହିଳା ଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସିଲେଇ ମେସିନ ପ୍ରଦାନ କରିଛନ୍ତି । ବର୍ତ୍ତମାନ କୋରେନା ମହାମାରୀ ସମୟରେ ବହୁ ମହିଳା କାମ ଅଭାବରୁ ଅସୁବିଧାରେ
ରହୁଛନ୍ତି । ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ମହିଳାମାନେ  ସ୍ବାବଲମ୍ବୀହେବାର ଆବଶ୍ଯକତା ରହିଛି । ତେଣୁ କଳିକେଶ ଏହି ସିଲେଇ ମେସିନ ପ୍ରଦାନ କରିଥିବା କହିଛନ୍ତି । ଆଜି ଶୈଳଶ୍ରୀ ପେଲେସ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ବଲାଙ୍ଗିରରେ ଥିବା ବିଭିନ୍ନ ମହିଳ ଗୋଷ୍ଠୀ ମାନେ ଏହି ଅସହାୟ ମହିଳାଙ୍କତାଲିକା ପ୍ରସ୍ତୁତ କରି ଦେଇଥିଲେ । ସେହି କ୍ରମରେ ସେହି ମହିଳାଙ୍କୁ ପ୍ରାଥମିକତା ଭିତ୍ତିରେ ମେସିନ ପ୍ରଦାନ କରାଯାଇଥିଲା
। ସେହିପରି ବଲାଙ୍ଗିରର ବ୍ଲକର କିଛି ମହିଳା ମଧ୍ଯ ଆଜି ଏହି ମେସିନ ପାଇଛନ୍ତି । ଆଗକୁ ଆହୁରି ମହିଳାଙ୍କୁ ମେସିନ ପ୍ରଦାନ  କରାଯିବବୋଲି କଳିକେଶ କହିଛନ୍ତି । ପ୍ରକାଶ ଯେ, କଳିକେଶ
ନାରାୟଣ ସିଂହଦେଓ ସାସଂଦ ଥିବାବେଳେ ମଧ୍ଯ ପ୍ରାୟ ୫୦୦ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରିଥିଲେ । ଗତ କିଛିଦିନ ତଳେ କ୍ବାରେଣ୍ଟାଇନ୍ ରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହା ସହ ବଲାଙ୍ଗିର ସହରର ହାତୀଶାଲପଡ କନ୍ଟେଣ୍ଟମେଣ୍ଟ ଜୋନ ବାସିନ୍ଦାଙ୍କ ପାଇଁ ମଧ୍ୟ ରାସନ ସାମଗ୍ରୀ ପଠାଇଥିଲେ । କଳିକେଶ
ତାଙ୍କ ନିଜସ୍ବ ଅର୍ଥ ରେ ଏ ସବୁ ସାମଗ୍ରୀ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି । ଆଜି ଏହି ମେସିନ ବଣ୍ଟନ କାର୍ଯ୍ୟକ୍ରମ ପୁର୍ବରୁ କଳିକେଶ ବିଜୁ ଜନତା ଦଳ ର ରାଜ୍ଯ ସାଧାରଣ ସମ୍ପାଦକ ବିବେଚିତ ହୋଇଥିବାରୁ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଜୟରାମ ମିଶ୍ର , ଅଶୋକ ମହାନ୍ତି , କୈଳାଶ ମହାନ୍ତି , ଓଙ୍କାର ନାୟକ , ନରସିଂହ ବାଗ ,
ଧ୍ରୁବ ଜୁଏଡ , ଭଗବାନ ବଗର୍ତୀ, ମହେନ୍ଦ୍ର ବାଗ , ସଞ୍ଜିବ ମିଶ୍ର , ଶିବ ବେହେରା , ରାମ ରାଏକ , ମୁନୁ ପୋଢ, ମୁନା ଖାନ , ଭରତ ପୁରସେଠ, ବିନୁ ସତପଥୀ, ସନ୍ତୋଷ ଦନ୍ତା, ରାଜେନ୍ଦ୍ର ହୋତା , ସଞ୍ଜିବ ନାଥ , ବିଜୟ ବାବୁ, ଆଶିର୍ବାଦ ସାହୁ , ବୁଲୁ ବେହେରା ,ବାସନ୍ତୀ ସିଂ ବୁଡେକ, ବିଭୁତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।