33.1 C
Bhubaneswar
Wednesday, April 24, 2024
Homeଓଡିଶାଅସହାୟ କୁ ସହାୟ ହେଲେ ମାନବାଧିକାର ପ୍ରବକ୍ତା

ଅସହାୟ କୁ ସହାୟ ହେଲେ ମାନବାଧିକାର ପ୍ରବକ୍ତା

କୋରେଇ : ଯାଜପୁର ଜିଲ୍ଲା ଖମଣ ପଞ୍ଚାୟତ ଠାକୁର ପାଟଣା ଗ୍ରାମ ଆଦିବାସୀ ସାହିର ଦିନ ମଜୁରିଆ ଚେମା ମୁଣ୍ଡା ମୃତ୍ୟୁରେ ତାର ତିନି ପିଲା ଏକଦମ ଅନାଥ ହୋଇଯାଇଛନ୍ତି। ଏହିପୁର୍ବରୁ ପିଲାଙ୍କର ମା ତାଙ୍କୁ ଛାଡି ଚାଲି ଯାଇଛି ।ବର୍ତ୍ତମାନ କରୋନା ମହାମାରୀ ତାଲାବନ୍ଧ ପରିପ୍ରେକ୍ଷୀରେ ଅସହାୟ ପିଲାଙ୍କ ଦେବଦୂତ ସାଜିଛନ୍ତି ବିଶିଷ୍ଟ ମାନବାଧିକାର ପ୍ରବକ୍ତା ତଥା ଜାତୀୟ ମାନବାଧିକାର କମିଶନଙ୍କ କୋର ସଦସ୍ୟ ମନୋଜ ଜେନା । ସେ ତୁରନ୍ତ ଘଟଣା ସ୍ଥଳକୁ ଯାଇ ତଥ୍ୟ ଅନୁସନ୍ଧାନ କରିବା ସହ ସାହାଯ୍ୟ ର ହାତ ବଢ଼ାଇଥିଲେ ଓ  ତୁରନ୍ତ ଜିଲ୍ଲାପାଳ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଫୋନରେ କଥା ହୋଇ ରେଡ଼କ୍ରସ ତରଫରୁ ୫୦୦୦ ଟଙ୍କା ସହାୟତାର ବ୍ୟବସ୍ଥା କରିବା ସହ ମହାମାରୀ ସ୍ଥିତି ସୁଧାରିଲା ପରେ ସମସ୍ତଙ୍କୁ ଶିଶୁ ମାନଙ୍କୁ ସେବାଶ୍ରମରେ ରଖି ତାଙ୍କର ପଢିବା ସହ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯିବା ବୋଲି କହିଥିଲେ। ଏହି ଅନୁସନ୍ଧାନରେ ଶ୍ରୀ ଜେନାଙ୍କ ସହ ଯୋଗଗୁରୁ ବନମାଳୀ ରଥ, ଶିକ୍ଷାବିତ ମଦନ ମୋହନ ବେହେରା, ସାମାଜିକ କର୍ମୀ ପ୍ରଶାନ୍ତ ସାହୁ, ନିରୂପମା ମଲ୍ଲିକ,ସନ୍ତୋଷ ବେହେରା, ଶୁକଦେବ ପୃଷ୍ଟି, ଅଞ୍ଜନା ତ୍ରିପାଠୀ,ଶାନ୍ତିଲତା ଶତପଥୀ, ବିଶ୍ବମ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking