34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଜିଠୁ ନୂଆ ନିୟମ : ବାଇକ୍ ପଛରେ ବସିଲେ ପିନ୍ଧିବେ ହେଲ୍‌ମେଟ୍

ଆଜିଠୁ ନୂଆ ନିୟମ : ବାଇକ୍ ପଛରେ ବସିଲେ ପିନ୍ଧିବେ ହେଲ୍‌ମେଟ୍

ଭୁବନେଶ୍ୱର : ନୂଆବର୍ଷ ଆଜିଠାରୁ ବାଇକ୍ ପଛରେ ବସୁଥିବା ଲୋକ ବି ପିନ୍ଧିବେ ହେଲ୍‌ମେଟ୍। ଉଭୟ ଗାଡ଼ି ଚାଳକ ଓ ଗାଡ଼ି ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଲ୍‌ମେଟ୍ ଚେକିଂକୁ ଜୋରଦାର କରାଯିବ।

ହେଲ୍‌ମେଟ୍ ନ ପିନ୍ଧିଲେ ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଦୁଇ ଚକିଆ ଯାନରେ ଅଧିକ ଦୁର୍ଘଟଣା ଘଟୁଛି। ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁର ହାର କମ୍‌ କରିବା ପାଇଁ ଓ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking