40.1 C
Bhubaneswar
Thursday, April 25, 2024
Homeଓଡିଶାହେଲିକପ୍ଟର କ୍ରାସ, ଓଡିଆ ପାଇଲଟ୍ ଙ୍କ ନିଧନ

ହେଲିକପ୍ଟର କ୍ରାସ, ଓଡିଆ ପାଇଲଟ୍ ଙ୍କ ନିଧନ

ରାୟପୁର:  ରାୟପୁରରେ ହେଲିକପ୍ଟର ଦୁର୍ଘଟଣା ଘଟଣା ।ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଅବତରଣ କରିବାବେଳେ ଲାଗିଥିଲା ନିଆଁ । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ୨ପାଇଲଟଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ରହିଛନ୍ତି । ମୃତ ଗୋପାଳ କୃଷ୍ଣ ପଣ୍ଡାଙ୍କ ଘର ସମ୍ବଲପୁର ବାହମରେ । ୨୦ ବର୍ଷ ଏୟାରଫୋର୍ସରେ ରହିବା ପରେ ଭିଆରଏସ ନେଇ ୨୦୧୦ରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।

ଜଣେ ଦକ୍ଷ ପାଇଲଟ ଥିଲେ ଗୋପାଳକୃଷ୍ଣ । ପତ୍ନୀ ଓ ପୁଅ ଝିଅଙ୍କୁ ନେଇ ୨୦୧୦ରୁ ରାୟପୁରରେ ରହିଆସୁଥିଲେ ଗୋପାଳକୃଷ୍ଣ । ଭାଇ ଓ ମା’ ସମ୍ବଲପୁର ଟାଉନରେ ରହୁଥିବା ସୂଚନା ରହିଛି । ଖବର ପାଇବା ପରେ ସାନ ଭାଇ, ଭାଉଜ, ଭିଣୋଇ ଓ ଜ୍ବାଇଁ ରାୟପୁର ଯାଇଛନ୍ତି । ନିକଟରେ ଗୋପାଳକୃଷ୍ଣଙ୍କ ୨୫ତମ ବିବାହ ବାଷିକୀ ପାଳନ କରାଯାଇଥିଲା । ଗତକାଲି ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking