43.9 C
Bhubaneswar
Friday, April 19, 2024
Homeଓଡିଶାସୁରକ୍ଷା ପାଇଁ ନୁହେଁ, ସୌକ୍ ପାଇଁ ଛାତ୍ର ବୟସରୁ ରଖିଛି ବନ୍ଧୁକ : ମନ୍ତ୍ରୀ ନବ...

ସୁରକ୍ଷା ପାଇଁ ନୁହେଁ, ସୌକ୍ ପାଇଁ ଛାତ୍ର ବୟସରୁ ରଖିଛି ବନ୍ଧୁକ : ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର : ରାଜ୍ୟର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ ଅଟନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଥିବା ବେଳେ ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ହୋଇ ଥିବା ଜଣାପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ଟଙ୍କା ଓ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଥିବା ଜଣାପଡ଼ିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରୁ ବନ୍ଧୁକ ଥିବା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି ଯେ, ସେ ଛାତ୍ର ଜୀବନରୁ ବନ୍ଧୁକ ରଖିଛନ୍ତି । ସୁରକ୍ଷା ପାଇଁ ନୁହେଁ ବରଂ ସୌକ ପାଇଁ ବନ୍ଧୁକ ରଖିଛନ୍ତି । ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ଅଛି ଓ ଏହା ଦୋଷାବହ ନୁହେଁ । ମୁଁ ରାଜନୀତି ସହ ବ୍ୟବସାୟ ବି କରୁଛି । ତେଣୁ ସମ୍ପତ୍ତି ବଢିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ରାଜ୍ୟର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking