31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଶିମଲା : ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ହେଉଛି । ଶିମଲା, କୁଲୁ ଏବଂ ଲାହୋଲ-ସ୍ପିତି ସହିତ ୯ ଜିଲ୍ଲାରେ ତୁଷାରପାତ ଜାରି ରହିଛି । ଏଥିରେ ଜନଜୀବନ ପ୍ରଭାବିତ ହୋଇଛି । ସକାଳ ପର୍ଯ୍ୟନ୍ତ ଶିମଲା ସହରରେ ଅଧା ଫୁଟ କୁଫ୍ରିରେ ଅଢ଼େଇ ଫୁଟ ବରଫପାତ ହୋଇଥିବା ବେଳେ ଅଟଳ ଟନେଲରେ ଏକ ଫୁଟ ଉଚତାର ତୁଷାରପାତ ହୋଇଥିବା ସୂଚନା ମିଳିଛି । ଫଳରେ ଅଟଳ ଟନେଲ ବନ୍ଦ କରାଯାଇଛି। ୪ଟି ଏନ୍‌ଏଚ୍ ସମେତ ୭୩୦ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଛି।

ଅନେକ ଲାେକ ବରଫ ରାସ୍ତାରେ ଫଶି ରହିଛନ୍ତି। ଶିମଲାରେ ୨୮୯ ରାସ୍ତା ଓ ଲାେହାଲ-ସ୍ପିତିରେ ୧୮୧ ରାସ୍ତା ପ୍ରବଳ ବରଫପାତ ଯୋଗୁଁ ବନ୍ଦ ପଡିଛି। ଶିମଲା ସହରର ଜାକୁ ପାହାଡ଼ ବରଫରେ ଆଚ୍ଛାଦିତ ହୋଇଛି । ରିଜୋ ମଇଦାନ, ମଲ ରୋଡ଼ ସମେତ ସଂଜୋଲି ଏବଂ ଟଲି ଉପକଣ୍ଠରେ ବରଫର ଏକ ଘନ ସ୍ତର ଜମା ହୋଇଛି । ତୁଷାରପାତ ଯୋଗୁଁ ସହରର ଭିତର ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଛି। କୁଫ୍ରି, ଫାଗୁ, ନାର୍କଣ୍ଡା, ଖିଡ଼କି ଏବଂ ଖରାପାଥରରେ ପ୍ରବଳ ତୁଷାରପାତ ହେତୁ ଉପର ଶିମଲାର ଥିଓଗ, ରାମପୁର, ରୋହରୁ ଏବଂ ଚୌପାଲକୁ ଯାଉଥିବା ରାସ୍ତାସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking