39.1 C
Bhubaneswar
Wednesday, April 24, 2024
Homeଓଡିଶା୫ ଜିଲ୍ଲାରେ ପ୍ରବଳ ବର୍ଷିବ

୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ େଓଲ ମାର୍କରେ ପରିଣତ ହୋଇସାରିଛି । ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବା ସହ ୨୪ ଘଣ୍ଟାରେ ଗଭୀର ଅବପାତ ନେବାର ସମ୍ଭାବନା ରହିଛି । ଫଳରେ ଏହା ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ । ହେଲେ ଆଜି ପାଇଁ ୫ଟି ଜିଲ୍ଲାକୁ ପାଣଇପାଗ କେନ୍ଦ୍ର ଅରେଂଜ ଓାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ଗଂଜାମ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସାମିଲ ରହିଛି । ଏହି ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମ୍ଭାବ୍ୟ ଅବପାତ ପାଇଁ ପୁରୀ ଓ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆଜିଠୁ ୨୪ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବିଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking