ମୁମ୍ବାଇ ପାଇଁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବହୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବନହାନି ଘଟୁଛି । ଓଡିଶାରେ ବି ବର୍ଷା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମହାରଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଅଧଂକାଶ ଅଂଚଳ ଜଳାର୍ଣ୍ଣବ ହୋଇ ରହିଥିବା ସୂଚନା ମିଳିଛି । ଆଜି ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି । ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାବାସୀଙ୍କୁ ସକାଳ ୮ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here