27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଲଘୁଚାପ ବର୍ଷା ଯୋଗୁଁ ମହାନଦୀ ର ଜଳସ୍ତର ବୃଦ୍ଧି: ଗଣିଆ ବ୍ଲକର ଆଠଟି ପଞ୍ଚାୟତର ଜନସାଧାରଣ...

ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ର ଜଳସ୍ତର ବୃଦ୍ଧି: ଗଣିଆ ବ୍ଲକର ଆଠଟି ପଞ୍ଚାୟତର ଜନସାଧାରଣ ପ୍ରଭାବିତ

ନୟାଗଡ: ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ର ଜଳସ୍ତର ବୃଦ୍ଧି ପାଇ ବନ୍ୟାଜଳ ଗଣିଆ ବ୍ଲକର ଆଠ ଗୋଟି ପଞ୍ଚାୟତରୁ ବିଶେଷକରି ୬ ଗୋଟି ପଞ୍ଚାୟତର ଜନସାଧାରଣ ପ୍ରଭାବିତ ହେବ ସହିତ ହଜାର ହଜାର ହେକ୍ତର ଚାଷ ଜମି ଜଳମଗ୍ନ ହୋଇ ରହିଛି ।ବିଶେଷକରି ଗଣିଆ ବ୍ଲକର ଛାମୁଣ୍ଡିଆ,ବଡ଼ସିଲିଙ୍ଗା ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସକାଳୁ ଗଣିଆ ତହସିଲଦାର ଓ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ୟା ପରିସ୍ଥିତି ର ସମୀକ୍ଷା କରିଛନ୍ତି।ବେଳପଡା ପଞ୍ଚାୟତର ରାଉତପଡା ଗ୍ରାମ କେଉଟ ସାହିର ପବିତ୍ର ବେହେରା ,ସୁକାନ୍ତି ବେହେରା ,ଯୋଗେନ୍ଦ୍ର ବେହେରା,ରୁଦ୍ରମାଧଵ ସାହୂ ଓ ମାଳିସାହିର କଳ୍ପନା ରଣା ଙ୍କର ଘର ଭାଗିଯାଇଛି।

ଏ ବିଷୟରେ ଗଣିଆ ତହସିଲଦାର ମିତାଲି ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଯେ ମୁଁ ଏବିଷୟରେ ଅବଗତ ଅଛି ମୁ ଯଥା ଶୀଘ୍ର ଆମ କର୍ମଚାରୀ ଙ୍କୁ ପଠେଇ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ଯୋଗେଇବା କଥା ଆମେ ଯୋଗେଇ ଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking