ଭୁବନେଶ୍ବର : ଟକମକ ତାତିରେ ଫୁଟୁଛି ଗାଁଠୁ ସହର । ତେଲ କଡେଇରେ ଭାଜି ହୋଉଛନ୍ତି ସାରା ଓଡ଼ିଶା ବାସୀ । ଦିନ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ପାଲଟିଛି ବାଲେଶ୍ବର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୯, ଚାନ୍ଦବାଲିରେ ୩୯.୪,ଝାରସୁଗୁଡାରେ ୩୮.୮ ଓ ସମ୍ବଲପୁରରେ ୩୮.୩ ଡିଗ୍ରୀ ତାପାମାତ୍ରା ରହିଛି। ତେବେ ଆସନ୍ତା ୫ ଦିନ ଯାଏ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ରହିପାରେ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧୁକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ଅଧା ଓଡ଼ିଶାକୁ ହିଟୱେଭ ୱାଣ୍ଡିଂ ଜାରି ହୋଇଛି । ୧୬ ଜିଲ୍ଲାରେ ୟେଲୋ ୱାଣ୍ଡିଂ ଜାରି ହୋଇଛି। ୧୮ରେ ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ୨୧ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଦିଆଯାଇଛି । ୧୯ ତାରିଖରେ ଭବାନୀପାଟଣା, ଟିଟିଲାଗଡ଼, ବଲାଙ୍ଗୀର, ମାଲକାନଗିରି, ଝାରୁସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ନୟାଗଡ଼ରେ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ୧୮ ଓ ୧୯ ତାରିଖରେ ଗ୍ରୀଷ୍ମ ଲହରୀର ପ୍ରକୋପ ସର୍ବାଧିକ ରହିପାରେ । ୨୦ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ ।