34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବରୀ ରେ ଚାରୋଟି ଘାଇ, ୫୦ ହଜାର ଲୋକ ଜଳବନ୍ଧି

ବରୀ ରେ ଚାରୋଟି ଘାଇ, ୫୦ ହଜାର ଲୋକ ଜଳବନ୍ଧି

ଯାଜପୁର : ବ୍ରାହ୍ମଣୀ, ଖରସ୍ରୋତା ଶାଖା ତନ୍ତୀଘାଇ ନଦୀ ବନ୍ଧରେ ଚାରୋଟି ସ୍ଥାନରେ ଘାଇ ହୋଇଥିବା ଖବର ହସ୍ତଗତ ହୋଇଛି । ଏହାଦ୍ୱାରା ୫୦ ହଜାର ଲୋକ ଜଳ ବନ୍ଧି ହୋଇ ରହିଥିବା ଜଣାପଡିଛି । ଉଦ୍ଧାର କାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି । ବ୍ରାହ୍ମଣୀ ନଦୀର ଅରୁଆଳ ତିନି ମୁହାଣୀ ରାସ୍ତା ରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ବ୍ରାହ୍ମଣୀ ନଦୀର କାକୁଡିକୁଦ ରମେଶ ସାହୁ ଙ୍କ ଜମି ନିକଟରେ ୩୦୦ ଫୁଟର ଘାଇ ହେବା ଦ୍ୱାରା ତାଙ୍କର ଜମି ଖୋଳି ହୋଇଯିବା ସହିତ ଯାଜପୁର ବ୍ଲକ ର ୮ ଟି ପଂଚାୟତ , ବରୀ ବ୍ଲକ ର୨୦ ଟିପଂଚାୟତର ଲୋକେ ଜଳ ବନ୍ଧି ହୋଇ ରହିଥିବା ସୂଚନା ମିଳିଛି ।  ସେହିପରି ବ୍ରାହ୍ମଣୀ ନଦୀ ର ମାଟିଆପଡା ନିକଟରେ ୧୦୦ ଫୁଟର ଘାଇ ହେବା ଦ୍ୱାରା ବ୍ରାହ୍ମଣୀ ଡାହାଣ ପାର୍ଶ୍ଵ ୧୪ ଟି ପଂଚାୟତର ଲୋକେ ଜଳବନ୍ଧି ହୋଇ ରହିଛନ୍ତି । ଖରସ୍ରୋତା ଶାଖା ତନ୍ତୀ ଘାଇ ନଦୀର ରାଇପୁର ବାରିକ ସାହି ନିକଟରେ ୩୦୦ ଫୁଟର ଘାଇ ହୋଇଛି ।  ଏନେଇ ବରୀ ଓ ଯାଜପୁର ବ୍ଲକ ର ୮ ଟି ପଂଚାୟତ ଜଳ ବନ୍ଦି ଥିବା ଜଣାପଡିଛି,ଉଦ୍ଧାର କରିବା ପାଇଁ ବୋଟ ର ଜରୁରୀ ଥିଲା ବେଳେ ବୋଟ ପହଂହି ପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking