30.1 C
Bhubaneswar
Thursday, April 25, 2024
Homeଓଡିଶାଶୀତ ସାଙ୍ଗକୁ କୋହଲା ପବନ , ଆଜି ସକାଳେ ଭୁବନେଶ୍ୱର ତାପମାତ୍ରା ୧୧ ଡିଗ୍ରୀ

ଶୀତ ସାଙ୍ଗକୁ କୋହଲା ପବନ , ଆଜି ସକାଳେ ଭୁବନେଶ୍ୱର ତାପମାତ୍ରା ୧୧ ଡିଗ୍ରୀ

ଭୁବନେଶ୍ୱର : ଆଜି ଆଭ୍ୟନ୍ତରୀଣ ଓ ପଶ୍ଚମ ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ପ୍ରାୟ ୧୦ରୁ ୧୧ ଡିଗ୍ରୀ ହ୍ରାସ ପାଇଛି । ଆଜି ସକାଳେ ଭୁବନେଶ୍ୱର ତାପମାତ୍ରା ୧୧ ଡିଗ୍ରୀ ଥିଲା | ସେହିଭଳି ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି ।” ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାଇ ଦୁଇରୁ ତିନି ଦିନ ଆକାଶ ମେଘମୁକ୍ତ ରହିବ । ହିମାଳୟ ଅଞ୍ଚଳରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ୩୦ ତାରିଖ ଆଡ଼କୁ ଶକ୍ତ ହେବ ବୋଲି ଆକଳନ କରାଯାଉଛି । ଏହାଫଳରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଫଳରେ ତାପମାତ୍ରା ଆହୁରି ହ୍ରାସ ପାଇବ । ଜାନୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡିଛି |
ଦେଶର ରାଜଧାନୀ ଦିଲ୍ଲୀ ସବୁଠୁ ଥଣ୍ଡା ସହର ପାଲଟିଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଲୋଧୀ ରୋଡର ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ସଫଦରଜଙ୍ଗ ଏବଂ ପାଲାମରେ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟମ ରେକର୍ଡ କରାଯାଇଛି।
https://onakhabar.com/2019/12/28/arrested-19/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking