40.1 C
Bhubaneswar
Wednesday, April 24, 2024
Homeଜୀବନଶୈଳୀବ୍ୟାୟାମ କରୁଥିଲେ ନିଶ୍ଚିତ ଜାଣି ରଖନ୍ତୁ ଏହି କଥା

ବ୍ୟାୟାମ କରୁଥିଲେ ନିଶ୍ଚିତ ଜାଣି ରଖନ୍ତୁ ଏହି କଥା

ଭୁବନେଶ୍ୱର: ଆଜିକାଲି ପରିବର୍ତିତ ଜୀବନ ଶୈଳୀ ପାଇଁ ସମସ୍ତେ ଫିଟ୍ ରହିବାକୁ ଚାହାଁନ୍ତି । ହେଲେ ଫିଟ୍ ରହିବା ପାଇଁ ମଧ୍ୟ ଏକ ରୁଟିନ ଆବଶ୍ୟକ ହୋଇଥାଏ । ଯାହାକୁ ସମସ୍ତେ ଜାଣିନଥାନ୍ତି । ବ୍ୟାୟାମ କରିବାର ମଧ୍ୟ ନିର୍ଦ୍ଦିଷ୍ଟ ସମୟ ରହିଥାଏ । ସେଥିପାଇଁ ବ୍ୟାୟାମ ସହ ସଂପର୍କିତ ସମସ୍ତ ତଥ୍ୟ ଉପରେ ଆଗ ଅନୁଧ୍ୟାନ କରି ପରେ ବ୍ୟାୟାମ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କିପରି ଆପଣ ରହିପାରିବେ ଫିଟ୍ । ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ଏହାପୂର୍ବରୁ ନିଜକୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରଖନ୍ତୁ।
ପ୍ରତିଦିନ କେତେବେଳେ ଏବଂ କେତେ ସମୟ ବ୍ୟାୟାମ କରିବେ ସେ ନେଇ ସମୟ ନିର୍ଘଣ୍ଟ ସ୍ଥିର କରନ୍ତୁ। ଯଦି ବ୍ୟାୟାମ ସମ୍ପର୍କିତ ଆପଣଙ୍କର ସବିଶେଷ ଜ୍ଞାନ ନାହିଁ ତେବେ ଜଣେ ବ୍ୟାୟାମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରନ୍ତୁ। ଏହାପୂର୍ବରୁ ଅଳ୍ପ ପାଣି ପିଇପାରନ୍ତି। ହେଲେ କିଛି ଖାଆନ୍ତୁ ନାହିଁ। ଏପରି ବ୍ୟାୟାମ କରନ୍ତୁ ନାହିଁ, ଯାହାର କୁପ୍ରଭାବ ଶରୀର ଉପରେ ପଡ଼ିବ। ବ୍ୟାୟାମ କରିବା ସମୟରେ ଯଦି ହାଲିଆ ଲାଗିଲା ତେବେ କିଛି ସମୟ ବିଶ୍ରାମ ନିଅନ୍ତୁ। ସକାଳୁ ଅତିକମ୍ରେ ଅଧଘଣ୍ଟାଏ ଚାଲନ୍ତୁ। ସବୁଠାରୁ ଖାସ୍ କଥା ହେଲା, ପ୍ରଦୂଷଣମୁକ୍ତ ଅଞ୍ଚଳରେ ହିଁ ବ୍ୟାୟାମ କରନ୍ତୁ। ବ୍ୟାୟାମ ଶେଷ କରିବାର କିଛି ସମୟ ପରେ ଆପଣ ଜୁସ୍ କିମ୍ବା ପାଣି ପିଇପାରନ୍ତି। ଯଦି ପାଗ ଖରାପ ଅଛି ତେବେ ଘରେ ହାଲକା ଫୁଲକା ବ୍ୟାୟାମ କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking