35.1 C
Bhubaneswar
Tuesday, April 23, 2024
Homeଜୀବନଶୈଳୀଅଧିକ ଚା ପିଅନ୍ତି କି?

ଅଧିକ ଚା ପିଅନ୍ତି କି?

ଭୁବନେଶ୍ୱର: ଅନେକ ଲୋକ ସକାଳର ଆରମ୍ଭ ଚା ରୁ କରିଥାନ୍ତି ।ଏମିତି ଅନେକ ପରିବାର ଅଛନ୍ତି ଯାହାଙ୍କ ଜଳଖିଆ ଚା ବିନା ଅଧୁରା ହୋଇଥାଏ । କିଛି ଲୋକ ଚା ପିଇବାରେ ଏତେ ଅଭ୍ୟସ୍ତ ହୋଇଥାନ୍ତି ଯେ ଦିନରେ ଅନେକ ଥର ଚା ପିଇଥାନ୍ତି । ଆଉ କିଛି ଲୋକ ଚା ବିନା ଶେଜ ଛାଡି ନଥାନ୍ତି । ଏକ ଅନୁଧ୍ୟାନ ରୁ ଜଣା ପଡିଛି ଯେ ବେଡ୍ ଟି ସ୍ୱାସ୍ଥ ପାଇଁ କ୍ଷତି କାରକ ହୋଇଥାଏ । ଚା ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା ପିଇ ଆପଣ ନିଜ ପେଟକୁ ସିଧାସଳଖ କ୍ଷତିରେ ପକାଉଛନ୍ତି । । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ଦେଖା ଯାଇଥାଏ ।ତେବେ ଆସନ୍ତୁ ଜାଣିବା ବେଡ୍ ଟି ଦ୍ୱାରା ଶରୀର କୁ କଣ ସବୁ କ୍ଷତି ହୋଇଥାଏ।
ଆପଣ ଯଦି ସେହି ଲୋକଙ୍କ ଭିତରୁ ଜଣେ , ତେବେ ଖାଲି ପେଟରେ କ୍ଷୀର ଚା ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା ପିଇବା ଦ୍ୱାରା ଥକା ଅନୁଭବ ହୁଏ । ଚା ରେ କ୍ଷୀର ମିଶିବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଇଥାଏ । ଯଦି ଆପଣ ଦିନରେ ୪ରୁ ୫ଥର ଚା ପିଉଥାନ୍ତି , ତେବେ ନିଜର ଏହି ଅଭ୍ୟାସକୁ ଛାଡନ୍ତୁ । ଅଧିକ ଗରମ ଚା ପିଇବା ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କର୍କଟ ହେବାର ସମ୍ଭାବନା ଥାଏ।ଆପଣ ଯଦି କମ୍ କ୍ଷୀରର ଷ୍ଟ୍ରଗ୍ ଚା ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking