34.1 C
Bhubaneswar
Friday, March 29, 2024
Homeଲାଇଫ୍ ଷ୍ଟାଇଲ୍ଶୀତ ଦିନେ ଘରୋଇ ଉପାୟରେ ଆଣନ୍ତୁ ତ୍ୱଚାରେ ଚମକ୍ 

ଶୀତ ଦିନେ ଘରୋଇ ଉପାୟରେ ଆଣନ୍ତୁ ତ୍ୱଚାରେ ଚମକ୍ 

ଭୁବନେଶ୍ୱର : ସମସ୍ତେ  ଚାହିଁଥାନ୍ତି ଉଜ୍ଜ୍ୱଳ ତ୍ୱଚା । ସେଥିପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାନ୍ତି। କିନ୍ତୁ  ଶୀତ ଦିନରେ ତ୍ୱଚା ପ୍ରାୟ ଶୁଷ୍କ ହୋଇଯାଇଥଏ । କେହି କେହି ସମୟ ଅଭାବରୁ ବି ତ୍ୱଚାର ଖାସ୍ ଯତ୍ନ ନେଇପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଏମିତି କିଛି ଉପାୟ ରହିଛି, ଯେଉଁଥିରେ  କି କମ୍ ସମୟ ରେ ବି ଆପଣ  ନିଜ ତ୍ୱଚା କୁ ଉଜ୍ଜ୍ୱଳ ରଖିପାରିବେ। ତେବେ ଆସନ୍ତୁ ଜାଣିବା ଏସବୁ ଉପାୟ ବିଷୟରେ।
ଇଚ୍ଛା ନ ହଉଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପ୍ରଚୁର ପାଣି ପିଉଥିଲେ ଆପଣଙ୍କ ତ୍ୱଚା କେବେ ବି ରୁକ୍ଷ ଦିଶିବ ନାହିଁ।। ଶୀତ ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିବା କାରଣରୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ ।ରାତିରେ ଶୋଇବା ବେଳେ ନାହିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ଯାହାଫଳରେ ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶିବ।ଗାଧୋଇବା ପୂର୍ବରୁ ଦେହରେ ଓ ମହଁରେ ମହୁ ମାଲିସ୍ କରି ଗାଧାନ୍ତୁ। ଏହା  ସବୁଠାରୁ ଭଲ ବଡି ଲୋସନ ,ଗାଧୁଆ ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଭଲ। ଏପରି କଲେ ଆପଣଙ୍କ ତ୍ୱଚା ମସୃଣ ରହିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking