ଋତୁ ପରିବର୍ତ୍ତନ ଫଳରେ ହେଉଥିବା ଥଣ୍ଡା, ଜ୍ୱର ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ଋତୁ ପରେ ଋତୁ ବଦଳୁଛି । ଋତୁ ପରିବର୍ତ୍ତନ ହେଲେ ଶରୀରରେ ଉପରେ ଏହାର ପ୍ରଭାବ ପଡ଼ିଥାଏ । ବର୍ଷା ଋତୁ ସରି ଶୀତ ଆରମ୍ଭ ହୋଇଛି । ଋତୁରେ ପରିବର୍ତ୍ତନ ଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ,ଜ୍ୱର ଭଳି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏହି ସବୁ ସମସ୍ୟା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କିଛି ଘରୋଇ ଉପାୟରେ ମଧ୍ୟ ଏହି ସବୁ ରୋଗରୁ ଉପଷମ ପାଇ ପାରିବେ । ତେବେ ଜାଣନ୍ତୁ ଘରୋଇ ଉପଚାର ଗୁଡିକ:-
କମଳା ଚା : ଶୀତ ଦିନେ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ଆପଣ ଘରେ କମଳା ଚା ପ୍ରସ୍ତୁତ କରି ପିଇପାରିବେ । କମଳା ଚା ପାଇଁ କମଳା ଚୋପା ଆବଶ୍ୟକ । ଗ୍ୟାସରେ ଏକ କପ ପାଣି ଫୁଟାଇ ସେଥିରେ କମଳା ଚୋପା ପକାଇ ଫୁଟାନ୍ତୁ । ଏବଂ ସେଥିରେ ଅଳ୍ପ ଗୁଜୁରାତି ଓ ଡାଲଚିନି ପକାଇ ଫୁଟାଇ ପିଅନ୍ତୁ ।
ମସଲା ଚା: ଥଣ୍ଡା ହୋଇଥିବା କାରଣରୁ ଗଳାରେ ବ୍ୟଥା ଅନୁଭବ କରିବା, କାଶ ହେବା ଏହି ସବୁ କାରଣରୁ ଔଷଧୀୟଗୁଣ ଭରା ଚା ପିଇବା ଉଚିତ । ଅଦା, ତୁଳସୀ, ଗୋଲମରିଚ, ହଲଦୀ,ଗୁଡ଼ ଭଳି ଉପକାରୀ ତତ୍ୱ ପକାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।
ସୁପ୍: ପରିବା ସୁପ କିମ୍ବା ଚିକେନ ସୁପ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ । ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।
ଫଳ: ଥଣ୍ଡା,ସର୍ଦ୍ଦି ହୋଇଥିଲେ ପ୍ରଚୁର ଭିଟାମିନ ଥିବା ଲେମ୍ବୁ, କମଳା, ଅଁଳା ଆଦି ଖାଇବା ଭଲ । ଶରୀରକୁ ସ୍ୱାସ୍ଥ୍ୟକର ରଖିବା ପାଇଁ ପ୍ରତିଦିନ ଗୋଟିଏ ଫଳ ସେବନ କରିବା ଉଚିତ । ଏହା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।