34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ : କଟକ ଜଗତପୁର ସ୍ଥିତ ସଦ୍ ଗୁରୁ କୋଭିଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯାଇଥିଲା । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ । ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବେ ତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ନିଆଁ ଲାଗିବାର କାରଣ ସଂପର୍କରେ ତଦନ୍ତ କରାଯିବ ବୋଲି ଆରଡିସି କହିଛନ୍ତି । କେଉଁ ସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ ହେବ । ତେବେ ଯେପରି ଅନ୍ୟ ହସ୍ପିଟାଲରେ ନିଆଁ ନ ଲାଗିବ, ସେ ନେଇ ସଚେତନ ହେବାକୁ ପଡିବ । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ୧୫ରୁ ଅଧିକ ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ପଠାଯାଇଥିଲା । ଗୁରୁତର ନଥିବା ରୋଗୀଙ୍କୁ ବସ୍ ଯୋଗେ ହସ୍ପିଟାଲ ପଠାଯାଇଥିଲା । ସମସ୍ତ ରୋଗୀଙ୍କୁ ସହରର ଅନ୍ୟ କୋଭିଡ଼ ହସ୍ପିଟାଲକୁ ପଠାଯାଇଥିଲା । ଜିଲ୍ଲାପାଳ, ଡିସିପି, ସିଏମସି କମିଶନର ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସୂଚନା ମିଳିଛି । କଟକ ଡିସିପି ଓ ଚିଫ୍ ଫାୟାର ଅଫିସର ଘଟଣାସ୍ଥଳରେ ଉପସ୍ଥିତ ରହି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking