26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପ୍ରଥମେ ୩ କୋଟି ଟିକା ମାଗଣା

ପ୍ରଥମେ ୩ କୋଟି ଟିକା ମାଗଣା

ନୂଆଦିଲ୍ଲୀ: କରୋନା ଟିକା ମାଗଣାରେ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀମାନଙ୍କୁ ମାଗଣାରେ ଟିକା ଦିଆଯିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି । ୧ କୋଟି ସ୍ୱାସ୍ଥ୍ୟ କର୍ମୀ, ୨ କୋଟି ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବ । ପରେ ଅନ୍ୟ ୨୭ କୋଟି ଲୋକଙ୍କୁ କିଭଳି ଦିଆଯିବ ବିଚାର କରାଯିବ । ଦିଲ୍ଲୀର ଏକ ଡାକ୍ତରଖାନା ପରିଦର୍ଶନ କରିବା ପରେ କରୋନାଭାଇରସ୍ ଟିକା ମାଗଣାରେ ଯୋଗାଇ ଦିଆଯିବ କି ନାହିଁ ବୋଲି ପଚରାଯାଇଥିଲା। ଶନିବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଟିକାର ଡ୍ରାଇ ରନ ଚାଲିଥିଲା। ସେ ଆହୁରି ମଧ୍ୟ କହିଛନ୍ତି , ଗୁଜବ ପ୍ରତି ଧ୍ୟାନ ନଦେବାକୁ ମୁଁ ଲୋକଙ୍କୁ ନିବେଦନ କରୁଛି । ଟୀକାକରଣର ନିରାପତ୍ତା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବା ଆମର ପ୍ରାଥମିକତା । ପୋଲିଓ ପ୍ରତିରୋପଣ ସମୟରେ ବିଭିନ୍ନ ପ୍ରକାରର ଗୁଜବ ପ୍ରଚାର କରାଯାଇଥିଲା ।  କିନ୍ତୁ ଲୋକମାନେ ଏହି ଟିକା ନେଇଥିଲେ ଏବଂ ଭାରତ ବର୍ତ୍ତମାନ ପୋଲିଓମୁକ୍ତ ବୋଲି ଜାତୀୟ ରାଜଧାନୀର ଗୁରୁ ତେଗ ବାହାଦୂର (ଜିଟିବି) ଡାକ୍ତରଖାନାରେ ଶୁଖିଲା ଟୀକାକରଣ ସମୀକ୍ଷା କରିବା ପରେ ବର୍ଦ୍ଧନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking