36.7 C
Bhubaneswar
Tuesday, April 16, 2024
Homeଓଡିଶାକରୋନା ମୁକାବିଲା ପାଇଁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ

କରୋନା ମୁକାବିଲା ପାଇଁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ

କେନ୍ଦୁଝର : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ବହୁ ଲୋକ ମୃତ୍ୟୁବରଣ କରି ସାରିଲେଣି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚଞ୍ଚକରିବାକୁ ପଦକ୍ଷେପ ନେଇଛି । ଏଥିପାଇଁ ଶିକ୍ଷକ, ଅଙ୍ଗନୱାଡି ଦିଦି ଓ ଆଶାକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏପ୍ରିଲ ୧୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିକ୍ଷକ, ଅଙ୍ଗନୱାଡି ଦିଦି ଓ ଆଶା କର୍ମୀଙ୍କୁ ନେଇ ଏକ ଟିମ୍ ଘରକୁ ଘର ଯାଇ ଅସୁସ୍ଥ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି । ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ଲୋକଙ୍କ ତଥ୍ୟ ପ୍ରଶାସନ ନିକଟରେ ରହିବ । ଫ୍ଲୁ ଜନୀତ ସମସ୍ୟା ଥିଲେ ଏହି ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ ହସ୍ତଗତ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ଡାକ୍ତରୀ ଟିମ୍ ପହଁଞ୍ଚି ଚିକିତ୍ସା କରିବେ । କରୋନାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ ରିପୋର୍ଟ ରହିବ । ପ୍ରତ୍ୟେକ ଟିମ୍ ୫୦ଟି ପରିବାରର ତଥ୍ୟ ଦେବେ ବୋଲି ଜଣାପଡିଛି । ଏହାସହିତ ଲକ୍ ଡାଉନ୍ ପୂର୍ବରୁ ବାହାର ଜିଲ୍ଲା ଓ ରାଜ୍ୟରୁ କେତେ ଲୋକ ନିଜ ଅଞ୍ଚଳକୁ ଫେରିଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ଡାଟାବେସ ସଂଗ୍ରହ ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟପୂରଣ ପରେ ପ୍ରତ୍ୟେକ ଦିନ ସୁପରଭାଇଜଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ପ୍ରତ୍ୟେକ ଗାଁ’କୁ ଗୋଟିଏ ଟିମ୍ ଯିବ ଏବଂ ଅଧିକ ଜନସଂଖ୍ୟା ଥିବା ଗ୍ରାମରେ ୨ଟି ଟିମ୍ ଯାଇ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking