34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିଷ୍ପତି

ପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିଷ୍ପତି

କଳାହାଣ୍ଡି :  ସାଂପ୍ରତିକ ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଟି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ପ୍ରତି ସାହି, ପଡା, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଷ୍ପତି ଗ୍ରହଣ କରାଯାଇଥିବା ସିଡିଏମଓଙ୍କ ସୂତ୍ରରୁ ପ୍ରକାଶ । ଏଥିପାଇଁ ୧୨୧୭ ଜଣ ଆଶା କର୍ମୀ. ୨୨୪୬ ଅଙ୍ଗନୱାଡି କର୍ମୀ, ୯ ହଜାର ଶିକ୍ଷକ, ୧୨ ହଜାର ବିଜୁ ଯୁବବାହିନୀ, ୨୨୦୦ ଗ୍ରାମସାଥି, ୧୮୦୦ ସାମାଜିକ କର୍ମୀ ନିୟୋଜିତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ବର୍ଗରୁ ଜଣେ ଦୁଇଜଣଙ୍କୁ ନେଇ ଗୋଟିଏ ଲେଖାଏଁ ଦଳ ଗଠନ କରାଯାଇ ପ୍ରତିଟି ଦଳ ଦିନକୁ ୫୦ ଟି ଘର ବୁଲି ତଥ୍ୟ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ତିନି ଦିନ ମଧ୍ୟରେ ସଂପୃକ୍ତ ଦଳ ଗୁଡିକ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରିବାକୁ ସିଡିଏମଓଙ୍କ ସୂତ୍ରରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking