34.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟଲିମ୍ବ ଚା’ ରେ ଭରି ରହିଛି ଏହି ଗୁଣ

ଲିମ୍ବ ଚା’ ରେ ଭରି ରହିଛି ଏହି ଗୁଣ

ଭୁବନେଶ୍ୱର: ଲିମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଅନେକମାତ୍ରାରେ ଉପକାରୀ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ଲିମ୍ବ ପତ୍ର ଚା କିମ୍ବା ଲିମ୍ବର କାଢା କରି ପିଉଛନ୍ତି, ତେବେ ଏହା ଆପଣଙ୍କୁ ଆହୁରି ଫାଇଦା ଦେଇଥାଏ । ଲିମ୍ବ ଚା ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଭାଇରସର ନାଶ ହୋଇଥାଏ । କାରଣ ଏହା ଶରୀରରେ ବ୍ୟାକ୍ଟେରିଆ ଓ ଭାଇରସ ସହ ଲଢିବାର ସମସ୍ତ କ୍ଷମତା ରଖିଥାଏ । ରୋଗଠାରୁ ଏହା ଆପଣଙ୍କ ଶରୀରକୁ ଦୂରରେ ରଖେ । ତେବେ ଚାଲନ୍ତୁ ଜାଣିବା ଏହାଦ୍ୱାରା ମିଳୁଥିବା କିଛି ଉପକାର ସଂପର୍କରେ..
ଯଦି ଆପଣଙ୍କ ଶ୍ୱାସକ୍ରିୟାରେ ଦୁର୍ଗନ୍ଧ ଆସୁଥାଏ, ତାହେଲେ ଲିମ୍ବ ଚା ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
ଯଦି ଆପଣ କୋଷ୍ଠକାଠିନ୍ୟରେ ପିଡୀତ, ତେବେ ଲିମ୍ବ ଚା ପିଇପାରିବେ । ଏହା ପାଚନ କ୍ରିୟାକୁ ଠିକ୍ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ବି ଦୂର କରିଥାଏ ।
ଯଦି ଆମ ରକ୍ତ ସଫା ରହେ, ତେବେ ଆମେ ନିରୋଗ ରହୁ । ରକ୍ତ ସଫା କରିବାରେ ଲିମ୍ବ ମୁଖ୍ୟ ଭୂମିକା ଗ୍ରହଣ କରେ । ଲିମ୍ବ ଚା, ବଡ ବଡ ରୋଗ ଯେପରି ନିମୋନିଆ, ମ୍ୟାଲେରିଆ, ଉଚ୍ଚ ରକ୍ତଚାପ ଓ ହାର୍ଟଆଟାକ ଭଳି ରୋଗକୁ ଦୂର କରେ ।
ତେବେ କିପରି ପ୍ରସ୍ତୁତ କରିବେ ଲିମ୍ବ ଚା
ନିଜ ଦରକାର ହିସାବରେ ପାଣି ଗରମ ନେଇ ଗରମ କରନ୍ତୁ । ଗୋଟିଏ କପରେ ଲିମ୍ବ ପତ୍ର ପକାନ୍ତୁ । ତା ଉପରେ ଗରମ ପାଣି ପକାନ୍ତୁ । ଲିମ୍ବ ପତ୍ରକୁ ପାଣିରେ ୫-୭ ମିନିଟ ଯାଏଁ ଭିଜାନ୍ତୁ । ଏହାପରେ ପତ୍ରସବୁ ଛାଣିନିଅନ୍ତୁ । ପରେ କପ ପାଣିରେ ମହୁ କିମ୍ବା ଲେମ୍ବୁ ରସ ମିଶାନ୍ତୁ । ଲିମ୍ବ ପତ୍ର ବଦଳରେ ଆପଣ ଲିମ୍ବ ପତ୍ର ପାଉଡର ବି ବ୍ୟବହାର କରିପାରିବେ ।
ତେବେ ଏହି ଚା ଶରୀର ପାଇଁ ଲାଭ ଦାୟକ ସତ । ହେଲେ ଏହାର କିଛି ପାଶ୍ୱର୍ପ୍ରତିକ୍ରିୟା ବି ରହିଛି । ଯଦି କୌଣସି ମହିଳା ଗର୍ଭବତୀ କିମ୍ବା ଗର୍ଭବତୀ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ସେମାନଙ୍କୁ ଏହି ଚା ପିଇବା ଉଚିତ ନୁହେଁ । କାରଣ ଏହି ଚା ଆପଣଙ୍କ ଗର୍ଭପାତ କରିପାରେ । ଏହି ଚା କେବଳ ଦୁଇ କପ ପିଇବା ଦରକାର । ଅଧିକ ପିଇଲେ ବାନ୍ତି ହେଲା ପରି ଲାଗେ । ପ୍ରତିଦିନ ଏହାକୁ ପିଅନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking