34.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳକର ମୁଣ୍ଡବିହୀନ ଶରୀର ଉଦ୍ଧାର : ବଳି ଦିଆଯାଇଥିବା ଅଭିଯୋଗ

ନାବାଳକର ମୁଣ୍ଡବିହୀନ ଶରୀର ଉଦ୍ଧାର : ବଳି ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ନେଇ ଅଭିଯୋଗ କରାଯାଉଛି । ଏହି ଘଟଣାକୁ ନେଇ ପୁଲିସ ଇତି ମଧ୍ୟରେ ତନାଘନା ଆରମ୍ଭ କରି ଦେଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଗତ ମାସ ୨୨ ତାରିଖ ଦିନ ଦେଓଗାଁ ବ୍ଲକ ସିଲେଟକାନୀ ଗାଁର ବବଲୁ ବଗର୍ତ୍ତି ଗାଁରେ ଥିବା ଏକ ଇଟାଭାଟିରୁ ନିଖୋଜ ହୋଇ ଯାଇଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ବବଲୁର କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ଦେଓଗାଁ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ହଠାତ ବବଲୁଙ୍କ କଟାଗୋଡ଼ ସିଟେକାନୀ-ସାରସମାଲ ଗାଁ ରାସ୍ତାରେ ଥିବା ଏକ ଧାନ ମିଲ ନିକଟରେ ଲୋକେ ଦେଖିବାକୁ ପାଇଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ôଚ ବବଲୁର ଗୋଡ଼କୁ ଚିହ୍ନଟ କରିଥିଲେ । ବବଲୁଙ୍କ ଗୋଡ଼ ମିଳିଥିବା ବେଳେ ଶରୀର କିନ୍ତୁ ଉଦ୍ଧାର କରାଯାଇ ପାରିନଥିଲା । ତେଣୁ ଏହା ଏକ ବଳି ହୋଇଥାଇ ପାରେ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖା ଦେଇଥିଲା ।
ପରେ ବଲାଙ୍ଗିର ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଓ ଦେଓଗାଁ ଥାନାଧିକାରୀ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ସହାୟତାରେ ବବଲୁର ଶରୀର ସୋନଗଡ଼ ନଦୀରୁ ଉଦ୍ଧାର କରାଯାଇଥିଲା । ଶରୀରରେ କେବଳ କଙ୍କାଳ ଥିବା ବେଳେ ମୁଣ୍ଡ ମଧ୍ୟ ନଥିଲା । ଏନେଇ ପୁଲିସ୍ ଦୀର୍ଘ ୧୪ ଦିନ ଧରି ତନାଘନା କରିଥିଲେ ମଧ୍ୟ ମୁଣ୍ଡ ମିଳିନଥିଲଶ । ତେବେ ଏହା ଏକ ବଳିକାଣ୍ଡ ବୋଲି ଅଭିଯୋଗ ହେଉଥିବାରୁ ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking