34.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟମୁଣ୍ଡବିନ୍ଧା ପୂର୍ବରୁ କଣ ହୋଇଥାଏ ଆସନ୍ତୁ ଜାଣିବା...

ମୁଣ୍ଡବିନ୍ଧା ପୂର୍ବରୁ କଣ ହୋଇଥାଏ ଆସନ୍ତୁ ଜାଣିବା…

କାର୍ଯ୍ୟବ୍ୟସ୍ତତା ହେଉ କିମ୍ବା ଅଧିକ ପରିଶ୍ରମ ହେଉ ବା ଦେହରେ ଜଳିୟଅଂଶ କମିଯିବାର କାରଣ ହେଉ କୌଣସି ନା କୌଣସି କାରଣକୁ ନେଇ ମୁଣ୍ଡବିନ୍ଧା ହେବାର ଦେଖାଯାଏ । ଏହି ମୁଣ୍ଡବିନ୍ଧାକୁ ସାଧାରଣ ଭାବିବା ଠିକ ନୁହେଁ । କିନ୍ତୁ ମୁଣ୍ଡବିନ୍ଧା ପୂର୍ବରୁ କିଛି ଲକ୍ଷଣ ଦେଖିବାକୁ ମିଳେ, ଆସନ୍ତୁ ଜାଣିବା ଲକ୍ଷଣମାନ କଣ?
୧ . ବ୍ରେନ ଷ୍ଟ୍ରୋକ ହେବା ପୂର୍ବରୁ ମୁଣ୍ଡବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଖାଇବାକୁ ଇଚ୍ଛା ନହେବା ଭଳି ସମସ୍ୟା ଦେଖାଯାଇଥାଏ । ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ, ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଇଥାଏ ।
୨ .  ମୁଣ୍ଡ ବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ ।
୩ .  ଜଳୀୟଅଂଶ କମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତ ଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking