ନିଲମ୍ବିତ ପ୍ରଧାନଶିକ୍ଷୟିତ୍ରୀଙ୍କ ଉନ୍ମତ୍ତ କାଣ୍ଡ

ବାରିପଦା – ନିଲମ୍ବିତ ପ୍ରଧାନଶିକ୍ଷୟିତ୍ରୀଙ୍କ ଉନ୍ମତ୍ତ କାଣ୍ଡ। ଭୁଲିଗଲେ ଶିଷ୍ଟାଚାର।ଛାତ୍ରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଦୁର୍ବ୍ୟବହାରରୁ ବାଦପଡିଲେନି ଅଭିଭାବକମାନେ ମଧ୍ୟ। ଏଭଳି ଏକ ଘଟଣା ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଚିନ୍ତାମଣି ତିଳତ୍ତମା ଉଚ୍ଚ ବାଳିକା ବିଦ୍ୟାଳୟରେ। ତେବେ ପୂର୍ବରୁ ଦାୟିତ୍ୱରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ବିଦ୍ୟାଳୟର ଜନୈକା ଛାତ୍ରୀକୁ ଅସଦାଚରଣ କରିବା ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏଭଳି ଲଜ୍ୟାଜନକ ଘଟଣା ସମ୍ପର୍କରେ ବୈଶିଙ୍ଗା ଥାନାରେ ପିଡ଼ିତା ଛାତ୍ରୀ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବିଦ୍ୟାଳୟ ପରିସରରେ ବିବାଦୀୟ ପ୍ରଧାନ ଶିକ୍ଷୟିତ୍ରୀ ବେଆଇନ ଭାବେ ତାଙ୍କ ସ୍ବାମୀଙ୍କୁ ନେଇ ରହୁଥିବାରୁ ସୁଯୋଗର ଫାଇଦା ଉଠାଇ ଲଜ୍ୟାଜନକ ଘଟଣା ଘଟାଇଥିଲେ ତାଙ୍କ ସ୍ବାମୀ।ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଘଟଣା ପହଞ୍ଚି ଥିଲା ଥାନାରେ।
ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ବେଳେ ଅସଦାଚରଣରେ ସମ୍ପୃକ୍ତ ତାଙ୍କର ସ୍ୱାମୀ ମାସାଧିକ କାଳ ଫେରାର ରହିଥିବା ସତ୍ତ୍ୱେ ଗିରଫ କରିବାରେ ବିଫଳ ହୋଇଆସିଛି ବୈଶିଙ୍ଗା ଥାନା ପୋଲିସ। ତେବେ ସେଦିନର ଘଟଣା ସମ୍ପର୍କରେ ଛାତ୍ରୀମାନେ ମୁହଁ ଖୋଲିବାରୁ ରାଗ ରଖିଥିଲେ ପ୍ରଧାନ ଶିକ୍ଷୟିତ୍ରୀ।ଆଜି ପୁରୁଣା ରାଗ ଶୁଝାଇବାକୁ ଯାଇ ଛାତ୍ରୀମାନଙ୍କୁ ଉଦ୍ଧେଶ୍ୟମୂଳକ ଭାବରେ ହିତାହିତଜ୍ଞାନ ଭୁଲି ଦାୟିତ୍ବବଦ୍ଧତାକୁ ପଛରେ ପକାଇ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମାନସିକ ନିର୍ଯ୍ୟାତନା ଦେଇଥିଲେ। ଏଥିରେ ଛାତ୍ରୀ ମାନେ ନିରୁତ୍ସାହିତ ଏବଂ ଅସହାୟ ହୋଇ ନିଜନିଜ ଅଭିଭାବକଙ୍କୁ ଖବର ଦେଇଥିଲେ। ଖବରପାଇ ଅଭିଭାବକମାନେ ବିଦ୍ୟାଳୟ ପରିସରରେ ପହଞ୍ଚି ଦାୟିତ୍ବରେ ନ ଥିବା ସମ୍ପୃକ୍ତ ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ଅଭିଭାବକ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇ ନ ଥିଲେ। ଏଭଳି ବ୍ୟବହାରରେ ଅସନ୍ତୁଷ୍ଟ ଅଭିଭାବକ ମାନେ ସ୍ଥାନୀୟ ଗ୍ରାମବାସୀମାନଙ୍କ ଦୃଷ୍ଟିକୁ ଆଣିଥିଲେ। ଏଭଳି ଆଚରଣ ସମ୍ପର୍କରେ ଅବଗତ ହୋଇ ଗ୍ରାମବାସୀମାନେ ମଧ୍ୟ ଉତ୍ତେଜିତ ହୋଇ ବୈଶିଙ୍ଗା ମୁଖ୍ୟରାସ୍ତା ଅବରୋଧ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ମାନସିକ ନିର୍ଯ୍ୟାତନା ଦେବା ଏବଂ ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରାଯିବା ସହିତ ବିଦ୍ୟାଳୟ ପରିସରରୁ ପରିବାର ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବିକରିଥିଲେ। ଘଟଣା ସମ୍ପର୍କରେ ଖବରପାଇ ବୈଶିଙ୍ଗା ଥାନା ପୋଲିସ, ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନଜାରୀ ରହିବ ବୋଲି କହିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବୈଶିଙ୍ଗାଥାନା ଆଇଆଇସି ଆନ୍ଦୋଳନକାରୀଙ୍କ ଦାବି ଗ୍ରହଣ କରିଥିଲେ ଏବଂ ନିଲମ୍ବିତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି ପୋଲିସ। ଆଉ ବିଦ୍ୟାଳୟ ପରିସରରୁ ପରିବାର ସହ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହାର ବ୍ୟତିକ୍ରମ ହେଲେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବାର ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପଟେ ଅସଦାଚରଣ ଅଭିଯୋଗରେ ଛନ୍ଦି ହୋଇ ଦୀର୍ଘଦିନରୁ ଫେରାର ରହିଥିବା ନିଲମ୍ବିତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଉଦ୍ଧେଶ୍ୟମୂଳକ ଭାବରେ ଗିରଫ ନ କରି ଛାଡି ଦେବା ପଛରେ ବୈଶିଙ୍ଗାଥାନା ପୋଲିସର କଣ ସ୍ୱାର୍ଥ ରହିଛି ତାକୁନେଇ ଏବେ ବିଭିନ୍ନ ଆଲୋଚନା ହେଉଥିବା ବେଳେ ତେବେ କଣ ରାଇରଙ୍ଗପୁର ମହାବିଦ୍ୟାଳୟ ଭଳି ଆଉ ଏକ ଘଟଣାକୁ ଜନ୍ମ ଦେବା ପାଇଁ ବାଟ ପ୍ରସ୍ତୁତ କରୁଛି କି ପୋଲିସ ବୋଲି ଚର୍ଚ୍ଚା ଜୋର ଧରିଛି।
ବାଇଟ-ଛାତ୍ରୀ