37.1 C
Bhubaneswar
Thursday, March 28, 2024
Homeଅପରାଧମାଡ ମାରିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଲା

ମାଡ ମାରିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଲା

ପାରାଦୀପ: ପାରାଦୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୨ୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି । ଏହି ଘଟଣା କୁଜଙ୍ଗ ଥାନା ବାଲିତୁଠ ୟୁପି ସ୍କୁଲର । ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମ ଲୀନା ନନ୍ଦ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, କାଲି ଜଣେ ୨ୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଘାତ ମାଡ ମାରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଲିନା । ତେବେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ର ଜଣଙ୍କୁ ନିର୍ଘାତ ମାଡ ମାରିଥିଲେ । ଶିକ୍ଷୟିତ୍ରୀଙ୍କ ମାଡରେ ଛାତ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଦାଗ ଥିବା ଜଣାପଡିଥିଲା । ଶିକ୍ଷୟିତ୍ରୀ ମାଡ ମାରିଥିବା ନେଇ ଛାତ୍ର ଜଣକ ଘରେ ଜଣାଇଥିଲେ । ପରେ ଛାତ୍ରଙ୍କ ବାପା କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ୩୦୭ଦଫାରେ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାପଡିଛି ।
https://onakhabar.com/2019/12/22/student-punishment-case-teacher-suspend/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking