34.1 C
Bhubaneswar
Friday, March 29, 2024
Homeଅପରାଧପୂର୍ବ ଶତୃତାରୁ ଗଡିଲା ମୁଣ୍ଡ, ଦାଦାର ବୋମା ମାଡରେ ପୁତୁରା ମୃତ

ପୂର୍ବ ଶତୃତାରୁ ଗଡିଲା ମୁଣ୍ଡ, ଦାଦାର ବୋମା ମାଡରେ ପୁତୁରା ମୃତ

ପୁରୀ: ପୂର୍ବ ଶତୃତାରୁ ଗଡିଲା ମୁଣ୍ଡ, ଫିକା ପଡିଲା ରକ୍ତ ସମ୍ପର୍କ । ଦାଦାର ବୋମାମାଡରେ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଡେ଼ଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଈଭଂସର ଗ୍ରାମରେ । ମୃତ ପୁତୁରା ଜଣଙ୍କ ହେଉଛନ୍ତି ତପନ କୁମାର ଦାସ । ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମାମାଡ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଖବର ପାଇ ଡେ଼ଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଦାଦା ବିଦ୍ୟାଧର ପୁତୁରା ଉପରକୁ ବୋମା ମାଡ କରିଥିବା ଅଭିଯୋଗ ହୋଇଥିବାରୁ ଘଟଣାର ତଦନ୍ତ କରୁଛି ପୋଲିସ । ତନାଘନା ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ।ତେବେ ଜମି ଜମା ବିବାଦ ହେଉ କି ପୂର୍ବ ଶତ୍ରୁତା ବା ପାରିବାରିକ ସମସ୍ୟାକୁ ନେଇ ରାଜ୍ୟରେ ବଢି ଚାଲିଛି ହତ୍ୟାକାଣ୍ଡ, ସାମାନ୍ୟ କାରଣରୁ ଗଡିଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସମ୍ପର୍କକୁ ଭୁଲି ଯାଇ ମନୁଷ୍ୟ ଘଟାଉଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । ସୋମବାର କଳାହାଣ୍ଡିରୁ ଏପରି ଏକ ଖବର ଆସିଥିଲେ । ଜମିଜମା ବିବାଦକୁ ନେଇ ବଡ ଭାଇକୁ ଦୁଇ ସାନ ଭାଇ ହତ୍ୟା କରି ମାଟିରେ ପୋତି ଦେଇଥିବା ଜଣାପଡିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking