27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହେଲ୍‌ମେଟ୍ ଫିତା ନବାନ୍ଧିଲେ ୨ ହଜାର ଜୋରିମାନା

ହେଲ୍‌ମେଟ୍ ଫିତା ନବାନ୍ଧିଲେ ୨ ହଜାର ଜୋରିମାନା

ନୂଆଦିଲ୍ଲୀ : ରାସ୍ତା ଦୁର୍ଘଟଣାଜନିକ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ନିୟନ୍ତ୍ରିତ କରିବା ନିମନ୍ତେ ୧୯୯୮ ମୋଟର ଭେହିକିଲ୍ ଆକ୍ଟରେ ଏକ ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି । ଏହି ନୂଆ ନିୟମ ଅନୁସାରେ ଠିକ୍ ଭାବେ ହେଲ୍‌ମେଟ୍ ପନ୍ଧିନଥିଲେ କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦୁଇଚକିଆ ଯାନଚାଳକଙ୍କୁ ଏବେ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବାକୁ ପଡ଼ିବ । ନୂଆ ନିୟମ ଅନୁସାରେ ବାଇକ୍ ବା ସ୍କୁଟର୍ ଚଳାଉଥିବା ବେଳେ ପିନ୍ଧିଥିବା ହେଲ୍‌ମେଟ୍‌ର ଫିତା ଠିକ୍ ଭାବେ ବନ୍ଧାଯାଇ ନଥିଲେ ଏକ ହଜାର ଟଙ୍କା ଜୋରିମାନା ହେବ । ସେହିପରି ବିନା ବିଏସ୍‌ଆଇ ସାର୍ଟିଫିକେଟ୍ ହେଲ୍‌ମେଟ୍ ବ୍ୟବହାର କରୁଥିଲେ ଏକ ହଜାର ଟଙ୍କା ଏବଂ ହେଲ୍‌ମେଟ୍ ପିନ୍ଧିଥିବା ସତ୍ତ୍ୱେ ରେଡ୍‌ଲାଇଟ୍ ପାର୍ କଲେ ଦୁଇହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏହା ବ୍ୟତୀତ ଓଭରଲୋଡିଂ ଯାନ ପାଇଁ ୨୦ ହଜାର ଟଙ୍କା ବଡ଼ ଜୋରିମାନା ଲାଗିବ ବୋଲି ନୂଆ ନିୟମରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking