43.9 C
Bhubaneswar
Friday, April 19, 2024
Homeଅପରାଧ୩ ପିଲାଙ୍କ ଜୀବନ ବଞ୍ଚାଇଲେ, କିନ୍ତୁ ନିଜେ ପୋଡ଼ି ହୋଇ ମରିଗଲେ

୩ ପିଲାଙ୍କ ଜୀବନ ବଞ୍ଚାଇଲେ, କିନ୍ତୁ ନିଜେ ପୋଡ଼ି ହୋଇ ମରିଗଲେ

ନାଭି ମୁମ୍ବାଇ: ଅଭିନୟରେ ରୁଚି ରଖିଥିବା ଜଣେ ୩୮ ବର୍ଷୀୟ କେବୁଲ ଅପରେଟରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ପାନଭେଲର ଅକୁରଲି ଗାଁରେ ଥିବା ତାଙ୍କ ବଙ୍ଗଳାରେ ନିଆଁ ଲାଗି ଯିବାରୁ ଏଥିରେ ପୋଡ଼ି ହୋଇ ଉକ୍ତ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜେଶ ଠାକୁର। ସେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ପୂର୍ବରୁ ବେଶ ସାହାସିକତାର ସେ ନିଜର ୩ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

ଘରେ ନିଆଁ ଲାଗିବା କ୍ଷଣି ରାଜେଶ ପ୍ରଥମେ ନିଜର ୧୬ ବର୍ଷୀୟ ଝିଅ, ୧୮ ଓ ୧୧ ବର୍ଷୀୟ ଦୁଇ ପୁଅଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏହାପରେ ଘରେ ରହିଥିବା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ ପୁଣି ଭିତରକୁ ଯାଇଥିଲେ। ହେଲେ ନିଆଁର ପ୍ରକୋପ ବଢ଼ି ଯିବାରୁ ରାଜେଶ ଆଉ ବାହାରକୁ ବାହାରି ପାରି ନଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ଘର ଭିତରୁ ରାଜେଶଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ପୁଲିସ୍‌ର ସୂଚନା ଅନୁଯାୟୀ, ଘରର ଦ୍ୱିତୀୟ ମହଲାର ଗୋଟିଏ ରୁମରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ରାଜେଶ ଉକ୍ତ ରୁମରେ ଶୋଇଥିବା ବେଳେ ତାଙ୍କର ୩ ପିଲା ପ୍ରଥମ ମହଲାରେ ରହିଥିଲେ। ଘରେ ରାଜେଶଙ୍କ ପତ୍ନୀ ନଥିଲେ। ନିଆଁ ଲାଗିଥିବା ଜାଣିପାରି ରାଜେଶ ତୁରନ୍ତ ଚିହିଁକି ଉଠିଥିଲେ। ଏହାପରେ ସେ ନିଜର ୩ ପିଲାଙ୍କୁ ଘର ବାହାରକୁ ନେଇ ଆସିଥିଲେ। ଏତିକି ବେଳେ ସେ ବଙ୍ଗଳାର ମୁଖ୍ୟ ବିଜୁଳି ସୁଇଚକୁ ଅଫ କରି ପୁଣି ଘର ଭିତରକୁ ଯିବା ଚେଷ୍ଟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking