27.1 C
Bhubaneswar
Saturday, November 23, 2024
Homeଓଡିଶାଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜନତାଙ୍କ ମାମଲା ପଞ୍ଜିକରଣ କରିବେ ପୋଲିସ ଅଧିକାରୀ

ଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜନତାଙ୍କ ମାମଲା ପଞ୍ଜିକରଣ କରିବେ ପୋଲିସ ଅଧିକାରୀ

ଭୁବନେଶ୍ୱର : ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଅନେକ ସମୟରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କର ମାମଲା ପଞ୍ଜିକରଣ କରାଯାଇ ନଥାଏ। ତେବେ ଏଭଳି ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏନେଇ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜ)ଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସାଧାରଣ ଭାବେ କୌଣସି ସମସ୍ୟା ଉପୁଜିଲେ ତା’ର ସମାଧାନ ପାଇଁ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଥାନ୍ତି । ମାତ୍ର ଏ କ୍ଷେତ୍ରରେ ଯଦି ପୋଲିସ ମାମଲା ପଞ୍ଜିକରଣ ନକରେ, ତେବେ ସେ କ୍ଷେତ୍ରରେ ନିୟମାବଳୀର ଉଲ୍ଲଂଘନ ହୋଇଥାଏ । ତେଣୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟର ନିୟମାବଳୀକୁ ରାଜ୍ୟର ପ୍ରତ୍ୟେକ ଥାନାରେ ପ୍ରଦର୍ଶନ କରାଯିବ । ସ୍ଥାନୀୟ ଓ ଇଂରାଜୀ ଭାଷାରେ ଏହି ନିୟମାବଳୀ ପ୍ରଦର୍ଶିତ ହେବା ନେଇ ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking