30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଇଂଲଣ୍ଡର ହଣ୍ଟେଡ ବସ୍‌

ଇଂଲଣ୍ଡର ହଣ୍ଟେଡ ବସ୍‌

ନୂଆଦିଲ୍ଲୀ: ଇଂଲଣ୍ଡରେ ବହୁତ କିଛି ରହସ୍ୟମୟ ଘଟଣାମାନ ଘଟିଥିବା ଆପଣ ଜାଣିଥିବେ ।  ଅନେକ ପ୍ରକାରର ହଣ୍ଡେଟ ଷ୍ଟୋରୀ ଆପଣ ଇଂଲଣ୍ଡରୁ ହିଁ ଶୁଣିଥିବେ ।  ୧୯୩୪ ମସିହାରେ ଇଂଲଣ୍ଡରେ ଗୋଟିଏ ନାଲି କଲରର ଡବଲ ଡେକର ବସ ଯାହାର ନମ୍ବର ୭ ଥିଲା , ତାହା ସେହି ସମୟରେ ଅନେକ ଚର୍ଚ୍ଚାରେ ଥିଲା । ଏହାକୁ ସମସ୍ତେ ଏକ ମିଷ୍ଟ୍ରି ବୋଲି କହୁଥିଲେ । ତେବେ ନମ୍ବର ୭ ର ମିଷ୍ଟ୍ରି ତ ଆପଣମାନେ ଜାଣିଥିବେ । ଯେମିତି ହେଲା ସାତ ସମୁଦ୍ର, ୭ କଲର, ୭  ମହାଦେଶ, ଆଉ ଆମ ଶରୀରରେ ଥିବା ୭ ଚକ୍ର ।  ଏହିଭଳି ଭାବରେ ସେଠାରେ ଏକ ରହସ୍ୟମୟ ବସ୍ ଦେଖାଗଲା ଲୋକଙ୍କୁ । ଯାହାର ନମ୍ବର ୭ ଥିଲା ।   ଦେଖିବାକୁ ଗଲେ ୭ ହେଉଛି ବାସ୍ତବରେ ମିଷ୍ଟ୍ରିୟସ । ଏହିବସକୁ ସେଠାରେ ଅନେକ ଲୋକେ ଦେଖିଥିଲେ ।  ଯାହା ଏକ ହଣ୍ଟେଡ ବସ୍ ଥିଲା । ତେବେ ଏହି ହଣ୍ଟେଡ ବସ ସାଧାରଣ ଭାବରେ ଡ୍ରାଇଭରମାନଙ୍କୁ ଦେଖାଯାଉଥିଲା ।  ଲୋକଙ୍କ କହିବା ଅନୁସାରେ ଏହି ବସ ଟି ଏକ ଡ୍ରାଇଭରଲେସ ବସ ଥିଲା ।  ୧୯୩୪ ମସିହାରେ ଜଣେ ନର୍ମାଲ କାର ଡ୍ରାଇଭର କାର୍ ଡ୍ରାଇଭ କରୁଥିବା ସମୟରେ ହଠାତ୍ ତାଙ୍କୁ ସେହି ବସ ଦେଖାଗଲା । ଯାହାକୁ ଦେଖି ସେ ଡରିଗଲେ ।  ସେହି ବସଟି ତାଙ୍କ ପଛରେ ଏତେ ଦୃତ ଗତିରେ ଆସୁଥିଲା, ଯାହାକୁ ଦେକି ସେ ନିୟନ୍ତ୍ରଣ ହରାଇବସିଲେ । ଫଳରେ ସେ ଏକ ପିଲର ସହ ବାଡେଇ ହୋଇଗଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା ।  ଆଉ ପରେ ସେହି ବସଟି ଗାୟବ ହୋଇଗଲା ।  ତେବେ ଏହା ସେତେବେଳେ ଗୋଟିଏ ଘଟମା ନଥିଲା । ଏହିଭଳି ଅନେକ କେସ ସାମ୍ନାକୁ ଆସିଥିଲା ।  ନା ଏହି ବସରେ କୌଣସି ଯାତ୍ରୀ ଥିଲେ ନା କୌଣସି ଡ୍ରାଇଭର । ମନକୁ ମନ ଏହି ବସ ଚାଲୁଥିଲା ।  ଏହି ଘଟଣା ପରେ ଜଣେ ଲକି ଡ୍ରାଇଭର ଥିଲେ, ଯାହା ସହିତ ଏମିତି ଘଟଣା ଘଟିଥିଲା । ହେଲେ ସେ ଏଥିରୁ ବର୍ତ୍ତି ଯାଇଥିଲେ ।  ସେହି ବସର ନାମ ସେ ନାଇଟ ନାଇଟ ରଖିଥିଲେ ।  ତେବେ ଏହି ଘଟଣା ସହ ଜଡିତ ଆହୁରି ଅନେକ କେସ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଧିକାରୀ ଏହାକୁ ବିଶ୍ୱାସ କରିବାକୁ ଲାଗିଲେ ।  ହେଲେ ଆଜି ପର୍ଯ୍ୟନ୍ତ ସେହି ସହ ଜଡିତ କୌଣସି ପ୍ରମାଣ ହାତକୁ ଆସିପାରିଲା ନାହିଁ ।  ଲଣ୍ଡନିଷ୍ଟ ଡଟ୍ କମ୍ ଓ ହଟକାର୍ସ ଡଟ୍ କମ ରେ ବି ଏହି ବସ ର ଏକ ଆର୍ଟିକିଲ ଆସିସାରିଛି ।  ଏହାପରେ ଅଥରିଟି ସେହି ରୋଡ ସମେତ ଅନେକ ରୋଡ କୁ ମରାମତି କରିବା ପରେ ଅଚାନକ ଭାବରେ ଏହି ସବୁ ଘଟଣା ହେବା ବନ୍ଦ ହୋଇଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking