ହାଥରାସ ମାମଲା

ଉତରପ୍ରଦେଶ : ବହୁ ଚର୍ଚ୍ଚିତ ଉଚ୍ଛରପ୍ରଦେଶ ହାଥରାସ ଘଟଣା ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରିବେ ।ଏହାର ତଦନ୍ତ ରିପୋର୍ଟ ଏସ୍‌.ଆଇ.ଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ।ଶୁଣାଣି ପାଇଁ ରାଜ୍ୟ ସରକାର ଆହ୍ଲାବାଦ ହାଇକୋର୍ଟରେ ଉପସ୍ଥାପନ କରିପାରନ୍ତି । ବର୍ତମାନ ପର୍ଯ୍ୟନ୍ତ ଏସ୍‌.ଆଇ.ଟର ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆଇନ୍‌ଜୀବୀମାନେ ମତ ଦେଇଛନ୍ତି। ସେପ୍ଟେମ୍ବର ୧୪ରେ ଉଚ୍ଛରପ୍ରଦେଶର ହାଥରାସରେ ଜଣେ ଦଳିତ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେପ୍ଟେମ୍ବର ୨୯ ତାରିଖରେ ଝିଅଟିର ମୃତ୍ୟୁ ହୋଇଯାଇଥିଲା।ଏନେଇ କେତେକ ଲୋକଙ୍କୁ ନିଲମ୍ବିତ କରିବା ସହ ପ୍ରଶାସନ ଉପରକୁ ଅନେକ ପ୍ରଶ୍ନ ଉଠିଥିଲା ।ସେଥିପାଇଁ ୟୁପି ସରକାର ସମ୍ପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍‌.ଆଇ.ଟି ଗଠନ କରିଥିଲା ।ଏନେଇ ସିବିଆଇ ମଧ୍ୟ ତାହାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here