29.1 C
Bhubaneswar
Monday, June 24, 2024
Homeଓଡିଶାସ୍ତ୍ରୀ ମନା କରିବାରୁ ସ୍ୱାମୀ ଏମିତି କଲା....

ସ୍ତ୍ରୀ ମନା କରିବାରୁ ସ୍ୱାମୀ ଏମିତି କଲା….

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୨ ବର୍ଷ ପୂର୍ବରୁ ବିବାହ କରିଥିବା ଏବଂ ଦୁଇ ସନ୍ତାନର ମା’ହୋଇ ପ୍ରେମିକଙ୍କ ସହ ସମ୍ପର୍କ ରଖିବା ସହ ଘରୁ ପଳାଇ ଯିବା ଏବଂ ସ୍ୱାମୀଙ୍କୁ ବାରମ୍ବାର ଅପମାନ କରିବା ଯୋଗୁଁ ଶେଷରେ ସ୍ୱାମୀ ବିଷ ପିଇ ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡଗୁଡା ପଂଚାୟତ ଏମ୍.ଭି-୯ ଗ୍ରାମରେ।
ସୂଚନା ଅନୁଯାୟୀ, ଏମ୍.ଭି- ୯ ଗ୍ରାମର ଅସୀମ ହାଲଦାର ୧୨ ବର୍ଷ ପୂର୍ବରୁ ସେହି ଗ୍ରାମର ଅନିତା ହାଲଦାରଙ୍କୁ ବିବାହ କରିଥିଲେ। କିନ୍ତୁ ସେହି ଗ୍ରାମର ଦିଲିପ ବିଶ୍ୱାସଙ୍କ ପୁଅ ସଞ୍ଜୟ ବିଶ୍ୱାସ ସହିତ ଅନିତାଙ୍କ ସହ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ବିବାହ ପରେ ଅନିତା ସଞ୍ଜୟଙ୍କ ସହ ସମ୍ପର୍କ ରଖିଥିବା ସ୍ୱାମୀ ଅସୀମ ଜାଣିବା ପରେ ଏସମ୍ବନ୍ଧରେ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଗ୍ରାମବାସୀ ସଞ୍ଜୟକୁ ତାଗିଦ କରିଥିବା ସତ୍ୱେ ସଞ୍ଜୟ ଅନିତାଙ୍କୁ ନେଇ ଫେରାର ହୋଇଯାଇଥିଲା। ସ୍ୱାମୀ ଅସୀମ ବୋହୁ ଖୋଜିବା ପରେ ପରେ ଏହି ଦୁହେଁ କଲିକତାରେ ଥିବା ଜାଣିବାକୁ ପାଇଥିଲେ। ତେବେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରି ଗ୍ରାମକୁ ଫେରାଇ ଆଣିଥିଲେ। ଗତ ତିନିଦିନ ପୂର୍ବରୁ ଫେରିଥିବା ଅନିତା ଶୁକ୍ରବାର ଅସୀମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ଏବଂ ତାଙ୍କ ପାଖରେ ରହିବ ନାହିଁ ବୋଲି ମନା କରିଦେବାରୁ ଅପମାନ ସହି ନପାରି ଶୁକ୍ରବାର ଅସୀମ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking