29.4 C
Bhubaneswar
Thursday, April 18, 2024
Homeଅପରାଧବାନ୍ଧବୀ ପାଇଁ ଛାତ୍ରଙ୍କୁ ଗୁଳି କଲା ଛାତ୍ର

ବାନ୍ଧବୀ ପାଇଁ ଛାତ୍ରଙ୍କୁ ଗୁଳି କଲା ଛାତ୍ର

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମ ଏକ ୟୁନିଭର୍ସିଟିରେ ଫାୟାରିଂ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଫାୟାରିଂରେ ଏହି ଘଟଣାରେ ଜଣେ ଛାତ୍ର ଙ୍କୁ ଗୁଳି କରାଯାଇଥିବା ଖବର ସାମ୍ନାକୁ ଆସିଛି । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାର ସୂଚନା ପାଇ ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ଛାନଭିନ କରିଛି । ସୂଚନା ମୁତାବକ, ଗୁରୁଗ୍ରାମର ଏସଜିଟି ୟୁନିଭରସିଟି ପରିସରରେ ଶୁକ୍ରବାର ସବୁକିଛି ସ୍ୱାଭାବିକ ଥିଲା । ଏହା ମଧ୍ୟରେ ଅଚାନକ ଜଣେ ଛାତ୍ର ଆଉ ଜଣେ ଛାତ୍ର ଉପରେ ଫାୟାର କରିଥିଲା । ଫଳରେ ଛାତ୍ରଙ୍କ ଦେହରେ ଗୁଳି ଲାଗିଥିଲା । ଗୁଳି ବାଜିବା ପରେ ଛାତ୍ର ଲହୁଲୁହାଣ ହୋଇ ତଳେ ପଡିଯାଇଥିଲା । ଏହା ଦେଖିବା ପରେ ସମସ୍ତେ ଉକ୍ତ ଛାତ୍ର ଙ୍କ ପାଖକୁ ଦୌଡି ଯାଇଥିଲେ । ଏହାପରେ ସମସ୍ତେ ଆହତ ଛାତ୍ରଙ୍କୁ ତୁରନ୍ତ ଏସଜିଟି ୟୁନିଭରସିଟି ର ହସ୍ପିଟାଲକୁ ନେଇଥିଲେ । ଯେଉଁଠି ସେ ଏବେ ଗୁରୁତର ଅଛନ୍ତି । ଆହତ ଛାତ୍ରଙ୍କ ନାମ ବିନୀତ ବୋଲି ଜଣାପଡିଛି । ତାଙ୍କ ଉପରେ ଲକ୍କୀ ନାମକ ଜଣେ ଛାତ୍ର ଗୁଳି ଚାଳନା କରିଥିଲା । ଏହି କାଣ୍ଡ କରିବା ପରେ ଅଭିଯୁକ୍ତ ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାର ସୂଚନା ପାଇ ଗୁରୁଗ୍ରାମ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛର କାରଣ ଜଣେ ଯୁବତୀ ବୋଲି କୁହାଯାଉଛି । ଲକୀର ବାନ୍ଧବୀ ସହ ଦୁର୍ବ୍ୟବହାର କରିବାକୁ ନେଇ ବିବାଦ ଏତେ ବଢିଯାଇଥିଲା କି କଥା ଫାୟାରିଂ ପର୍ଯ୍ୟନ୍ତ ପଂହଚିଥିଲା । ୟୁନିଭରସିଟି କ୍ୟାମ୍ପସରେ ହୋଇଥିବା ଘଟଣାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖି ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking