ଚଣ୍ଡିଗଡ: ହରିୟାଣାର ଯମୁନାନଗର ଏବଂ ଅମ୍ବାଲା ଜିଲ୍ଲାରେ ବିଷାକ୍ତ ମଦ ପିଇ ଶନିବାର ୧୯ ଜଣ ପ୍ରାଣ ହରାଇଛନ୍ତି । ଆଉ କେତେକ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିରୋଧୀଦଳଙ୍କ ତୀବ୍ର ପ୍ରତିକ୍ରିୟା ପରେ ରାଜ୍ୟ ପୁଲିସ ୭ ଜଣ ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।
ପୁଲିସ ଇତିମଧ୍ୟରେ ୨୦୦ କ୍ୟାରେଟ୍ ଦେଶୀମଦ ଜବତ କରିଥିବାବେଳେ ଚୋରା ମଦ କାରବାର ରୋକିବାକୁ ସଂପୃକ୍ତ ଗ୍ରାମ ଉପରେ ଚଢଉ ଜାରି ରଖିଛି । ରାଜ୍ୟକୁ ଚୋରାମଦ ଯୋଗାଣ ଉପରେ ନଗର ରଖିବାକୁ ହରିୟାଣା ପୁଲିସର ଏସ୍ଆଇଟି ଗଠନ କରାଯାଇଛି ।