28.1 C
Bhubaneswar
Wednesday, April 24, 2024
Homeଓଡିଶାହରିଚନ୍ଦନପୁର ବନବିଭାଗର ସଫଳତା; ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ, ଜଣେ ଗିରଫ ହୋଇ...

ହରିଚନ୍ଦନପୁର ବନବିଭାଗର ସଫଳତା; ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ, ଜଣେ ଗିରଫ ହୋଇ କୋର୍ଟ ଚାଲାଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଗୌଣିଘଷା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ବନବିଭାଗ ଚଢ଼ଉ କରି ୪୦ହଜାର ଟଙ୍କାର ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ ଓ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଖବର ଅନୁଯାୟୀ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ରେଞ୍ଜ ହରିଚନ୍ଦନପୁର, ଭଗାମୁଣ୍ଡାର ବନପାଳଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ରହି ଏହି ଚଢ଼ାଉ କରିଥିଲେ । ଯେଉଁ ଚଢ଼ାଉରେ ୩ଟି ବାଇକ୍ ଓଡି ୦୪ସି ୫୮୮୦, ଓଡି ୦୪ ୧୧୫୭, ଓଡି ୦୧ଏ ୬୨୫୩ ଏଥିସହ ଗୋଟିଏ ନମ୍ବର ବିହିନ ହିରୋ ପ୍ଲେଣ୍ଡର ପ୍ଲସ ଗାଡ଼ି ଜବତ ହୋଇଛି । ଘଟଣାସ୍ଥଳରୁ ରାଧିକାଦେଇପୁର ଗ୍ରାମର ଚଗୁଲୁ ବାରିକ୍(୩୮) ବୋଲି ଗିରଫ କରିଥିବା ବେଳେ ୩ଜଣ ଅଭିଯୁକ୍ତ ସେଠାରେ ବାଇକ୍ ସହ କାଠଗଣ୍ଡି ଛାଡ଼ି ଦୌଡ଼ି ପଳାଇଥିଲେ । ଅଭିଯୁକ୍ତଙ୍କୁ ଏହି ଗ୍ୟାଙ୍ଗ ସମ୍ବନ୍ଧରେ ପଚାରାଉଚାରେ ପରେ ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଇଥିବା ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking