30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦ୍ୱିତୀୟ ଥର ପାଇଁ ବାପା ହେଲେ ହରଭଜନ ସିଂହ

ଦ୍ୱିତୀୟ ଥର ପାଇଁ ବାପା ହେଲେ ହରଭଜନ ସିଂହ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରେସ ଗୀତା ବସରା ଓ ଇଣ୍ଡିଆନ କ୍ରିକେଟ ଟିମର ପୂବଜ୍ଞତଳ ଖେଳାଳୀ ହରଭଜନ ସିଂଙ୍କ ଘରେ ପୁଣି ଥରେ ଆଉ ଏକ ଖୁସି ଆସିବାକୁ ଯାଉଛି । ଷ୍ଟାର କପଲଙ୍କ ଘରେ ପୁଅ ଜନ୍ମ ହୋଇଛି । ଏହାପୂର୍ବରୁ ହରଭଜନ ସିଂ ଓ ଗୀତା ବସରାଙ୍କ ଝିଅ ହିନାୟା ଅଛି ।
ଦ୍ୱିତୀୟ ପିଲାର ଏହି ଖୁସି ଖବର ହରଭଜନ ସିଂ ଇନଷ୍ଟାଗ୍ରାମ ମାଧ୍ୟମରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଏହି ପୋଷ୍ଟର କମେଣ୍ଟ ବକ୍ସରେ ଫ୍ୟାନ୍ସ ହରଭଜନ ଓ ଗୀତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହାସହିତ ସମସ୍ତଙ୍କୁ ହରଭଜନ ଓ ଗୀତାଙ୍କ ପୁଅଙ୍କ ପ୍ରଥଣ ଫଟୋ  ଓ ନାମର ଅପେକ୍ଷା ରହିଛି ।
ହରଭଜନ କହିଛନ୍ତି, ତାଙ୍କ ପତ୍ନୀ ଓ ପୁଅ ଉଭୟ ସୁସ୍ଥ ଅଛନ୍ତି । ମାର୍ଚ୍ଚରେ ଏହି କପଲ କହିଥିଲେ ଯେ, ଜୁଲାଇରେ ତାଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଭାରତୀୟ ସଲାମୀ ବଲେବାଜ୍ ଶିଖର ଧାବନଙ୍କ ସହିତ ଅନେକ କ୍ରିକେଟର୍ସ ହରଭଜନଙ୍କୁ ଦ୍ୱିତୀୟ ଥର ପାଇଁ ପିତା ହୋଇଥିବାରୁ ଶୁଭକାମନା ଦେଇଛନ୍ତି । ଲମ୍ବା ସମୟ ଧରି ଡେଟ କରିବା ପରେ ହରଭଜନ ଓ ଗୀତା ୨୯ ଅକ୍ଟୋବର ୨୦୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking